ଜନ୍ମିତ କନ୍ୟା ସନ୍ତାନ କୁ ନିରୁପାୟ ହୋଇ ଅନ୍ୟ ହାତକୁ ଟେକି ଦେବ ମାଆ

ରିପୋର୍ଟ: ସନ୍ତୋଷ କୁମାର ନାୟକ //
ବଲାଙ୍ଗୀର, ତା୨୪-୦୫): ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକ ଅନ୍ତର୍ଗତ ହଳଦୀ ଗ୍ରାମ ପଞ୍ଚାୟତର ଜଣେ ୧୪ ବର୍ଷୀୟା ନାବାଳିକାକୁ ଟିଟିଲାଗଡ ଡ଼ାକ୍ତରଖାନାରେ ବାରମ୍ବାର ଦୁଷ୍କର୍ମ କରିବା ଓ ସେ ଗର୍ଭବତୀ ହେବା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ।

ସୂଚନା ଯୋଗ୍ୟ ଯେ ଉକ୍ତ ନାବାଳିକାର ତାର ମା ସହ ନିଜ ୧୧ ବର୍ଷୀୟ ଛୋଟ ଭିନ୍ନକ୍ଷମ ଭାଇକୁ ଟିଟିଲାଗଡ ଡ଼ାକ୍ତରଖାନାରେ ରକ୍ତହୀନତା ଯୋଗୁଁ ଭର୍ତ୍ତି କରେଇ ଚିକିତ୍ସା କରେଇ ଆସୁଥିବା ବେଳେ ଆହାର କେନ୍ଦ୍ରର ଜଣେ ବ୍ୟକ୍ତି ବାରମ୍ବାର ଦୁଷ୍କର୍ମ କରିଆସୁଥିଲା । ସେ ଗର୍ଭବତୀ ହେବା ଜାଣି ଉକ୍ତ ଅଭିଯୁକ୍ତ ଗର୍ଭ ନଷ୍ଟ ପାଇଁ ରାଜି ନ ହେବାରୁ ତାକୁ ଧମକ,ଚମକ ଦେବା ଯୋଗୁଁ ବାଧ୍ୟ ହୋଇ ପୋଲିସର ଆଶ୍ରୟ ନେଇଥିଲେ। ବର୍ତ୍ତମାନ ସେ ଜେଲରେ ଥିବା ବେଳେ ଉକ୍ତ ୧୩ ବର୍ଷ ପାଞ୍ଚ ମାସ ଝିଅ ର ପ୍ରସବ ସମୟ ଆସିଯିବାରୁ ଓ ଅବସ୍ଥା ଗୁରୁତର ଥିବା ଯୋଗୁଁ ଟିଟିଲାଗଡ ଡାକ୍ତରଖାନା ରୁ ବଲାଙ୍ଗୀର କୁ ଡ଼ାକ୍ତର ସ୍ଥାନାନ୍ତର କରିଥିବା ବେଳେ ଆଜି ସୋମବାର ଦିନ ପରେ ଦୁଇଟାରେ ଅସ୍ତ୍ରୋପଚାର କରି ଏକ କନ୍ୟା ସନ୍ତାନ ପ୍ରସବ କରାଯାଇଛି । ଅତ୍ୟନ୍ତ ଦୁଃଖଦ ବିଷୟ ଏହା ଯେ ଉକ୍ତ ନାବାଳିକାକୁ ତାଙ୍କ ସମାଜ ଶିଶୁ ସହ ଗ୍ରାମରେ ପସେଇ ନ ଦେବା ଓ ଅବିବାହିତା ହୋଇଥିବା ଯୋଗୁଁ ଉକ୍ତ ନାବାଳିକା ଓ ତା ର ମାଆ ଶିଶୁକୁ କେହି ନେଲେ ତାକୁ ଦେଇଦେବା ପ୍ରକାଶ କରିଛନ୍ତି ।

କିମ୍ବା ଉକ୍ତ କନ୍ୟା ସନ୍ତାନ ଓ ତା ମାତୃତ୍ୱ ବନି ଥିବା ଝିଅ ସାରା ଜୀବନ କାମ କରି ରହିବେ । କାରଣ ତାଙ୍କର ମାଆ ସହ ଅନ୍ୟ କେହି ସାହା ଭରସା ନ ଥିବା ବେଳେ କନ୍ୟା ସନ୍ତାନକୁ ପାଳିବ କେମିତି ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ତୁରନ୍ତ ମୁଖ୍ୟ ଶାସନ ସଚିବ ଏପରି ଏକ ସମ୍ବେଦନଶୀଳ ବିଷୟ ନେଇ ଉପଯୁକ୍ତ ପଦକ୍ଷେପ ନେବା ସହ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ନିମନ୍ତେ ବିଭିନ୍ନ ମହଲରେ ଦୃଢ଼ ଦାବୀ ହେଉଛି ।

Welcome to Odisha News24

error: Content is protected !!
%d bloggers like this: