ଜଟଣିରୁ ୩୨୦ଗ୍ରାମ ବ୍ରାଉନ ସୁଗାର ଜବତ କଲା STF

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୨୯-୧୨,୨୦): ଆଜି ଏସଟିଫ୍ ମୋଟ ୨୩ କେଜି ୫୯୩ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୨୫ କୋଟିରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଏନେଇ ଏସଟିଫ୍ ୨୬ ମାମଲା ରୁଜୁ କରିଥିବା ବେଳେ ୫୦ ଜଣ ବେପାରୀଙ୍କୁ ଗିରଫ କରିଛି ।

ଓରାବରସିଂହ-ଜଟଣୀ ରୋଡରେ ଚଢାଉ କରି କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାକ୍ସ ଫୋର୍ସ(ଏସ୍ଟିଫ୍) ୩୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଓରାବରସିଂହ ଅଞ୍ଚଳର ଅକ୍ଷୟ ବଳିହାରସିଂ । ଏନେଇ ଜଙ୍କିଆ ଥାନାରେ ଏନଡିପିସ୍ ଆକ୍ଟ ୨୧(ସି),/୨୯ରେ ଏକ ମାମଲା(୨୬୬/୨୦୨୦) ରୁଜୁ କରାଯାଇଛି । ଅଭିଯୁକ୍ତ ସହ ଜଡିତ ଥିବା ଅନ୍ୟ କିଛି ବ୍ୟକ୍ତିଙ୍କୁ ଧରିବା ପାଇଁ ଏସଟିଫ୍ ପକ୍ଷରୁ ତଦନ୍ତ ଜାରି ରହିଛି ।

ଅକ୍ଷୟ ପୂର୍ବରୁ ବ୍ରାଉନସୁଗାର ବେପାର କରୁଥିବା ନେଇ ଏସଟିଫ୍ ପାଖରେ ଗୁଇନ୍ଦା ସୂଚନା ଥିଲା । ଅକ୍ଷୟ ଗତକାଲି ରାତିରେ ବ୍ରାଉନସୁଗାର ନେଇ ଆସୁଥିବା ବେଳେ ଏସଟିଫ୍ର ଏକ ସ୍ୱତନ୍ତ୍ର ଟିମ୍ ଚଢାଉ କରି ଅକ୍ଷୟଙ୍କୁ ଗିରଫ କରିଥିଲା । ବ୍ରାଉନସୁଗାର ସହ ତାଙ୍କ ଠାରୁ ଅନ୍ୟନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ସୂଚନାଯୋଗ୍ୟ, ୨୦୨୦ରେ ଏସଟିଫ୍ ମୋଟ ୨୩ କେଜି ୫୯୩ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୨୫ କୋଟିରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଏନେଇ ଏସଟିଫ୍ ୨୬ ମାମଲା ରୁଜୁ କରିଥିବା ବେଳେ ୫୦ ଜଣ ବେପାରୀଙ୍କୁ ଗିରଫ କରିଛି ।

Welcome to Odisha News24

error: Content is protected !!
%d bloggers like this: