ଜଙ୍ଗଲ ମଝିରେ ଘର କରି ଜଙ୍ଗଲ ନଷ୍ଟ, ତୁରନ୍ତ ହଟାଇବାକୁ ଅଭିଯୋଗ କଲେ ଜଙ୍ଗଲ ସୁରକ୍ଷା ସମିତି

ରିପୋର୍ଟ: ଜିଲ୍ଲାପ୍ରତିନିଧି କପିଳେନ୍ଦ୍ରଦେବ ସାମନ୍ତରାୟ //
ନନ୍ଦପୁର ତା:୨୧/୦୨/୨୧): ନନ୍ଦପୁର ଲଙ୍ଗଳା ଭୈରବୀ ମନ୍ଦିର ପାର୍ଶ୍ଵରେ ଥିବା କମଳା ଖାଲ,ପଟକି ବାଉଁଶ ଓ ପାଟିଆ ପାବଳି,ତିନିଗୋଟି ପାହାଡ ତଥା ଜଙ୍ଗଲ ରହିଛି,ଏହି ପାହାଡ ଗୁଡିକରେ ଖଡ଼ଗପୁର ଜଙ୍ଗଲ ସୁରକ୍ଷା ସମିତି ଜଙ୍ଗଲ ବିଭାଗ ସାହାଯ୍ୟରେ ବୃକ୍ଷ ରୋପଣ ସହ ଜଙ୍ଗଲରେ ଥିବା ମୂଲ୍ୟବାନ ବୃକ୍ଷ ଗୁଡ଼ିକର ରକ୍ଷଣା ବେକ୍ଷଣ କରି ଆସିଛନ୍ତି |

କିନ୍ତୁ ବିଡମ୍ବନା ବିଷୟ କିଛି ଅନ୍ୟ ଗାଁର ଲୋକ କିଛିଦିନ ହେଲା ସେଠାକୁ ଆସି ଜଙ୍ଗଲ ଜମିରେ ଗୃହ ନିର୍ମାଣ କରି ପରିବାର ସହ ବସବାସ କରି ଏକ ଜନ ବସତି ସୃଷ୍ଟି କରିବାରେ ଲାଗିଛନ୍ତି | ଜଙ୍ଗଲ ସୁରକ୍ଷା ସମିତି ତରଫରୁ ଏଥି ନିମନ୍ତେ ସେମାନଙ୍କୁ ଗଛ ନଷ୍ଟ ନା କରିବା କିମ୍ବା ବାରଣ କଲେ ସେମାନେ ଗଣ୍ଡ ଗୋଳିଆ ପରିସ୍ଥିତି ସୃଷ୍ଟି କରୁଛନ୍ତି | ଏଥି ନିମନ୍ତେ ସେମାନେ ଆଜି ବିଭାଗୀୟ ଅଧିକାରୀ ଯଥା କମିଶନର କମ ସେକ୍ରେଟାରୀ ଜଙ୍ଗଲ ବିଭାଗ ଓଡ଼ିଶା,ଚିଫ କଞ୍ଜରବେଟର,ଜିଲ୍ଲାପାଳ କୋରାପୁଟ, ଡିଏଫ୍ଓ,କୋରାପୁଟ,ଉପ ଜିଲ୍ଲାପାଳ କୋରାପୁଟ,ରେଞ୍ଜର ସେମିଳିଗୁଡା, ନନ୍ଦପୁର ବନପାଳଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି | ଏହି ଅନ୍ୟ ଗ୍ରାମର ଲୋକ ବସତି ସୃଷ୍ଟି କରି ଜଙ୍ଗଲ ରେ ଥିବା ମୂଲ୍ୟବାନ ଚନ୍ଦନ ଓ ଅନ୍ୟାନ୍ୟ ମୂଲ୍ୟବାନ ବୃକ୍ଷକୁ ନଷ୍ଟ କରୁଥିବା ନେଇ ଅଭିଯୋଗ କରି ଯଥା ଶୀଘ୍ର ଜଙ୍ଗଲ ଜମି ରେ ହେଇଥିବା ଘର ନିର୍ମାଣକୁ ବନ୍ଦ କରି ଜଙ୍ଗଲ ନଷ୍ଟ ହେବାରୁ ପ୍ରତିକାର କରିବାକୁ ଅନୁରୋଧ କରିଛନ୍ତି।

Welcome to Odisha News24

error: Content is protected !!
%d bloggers like this: