ଜଗନ୍ନାଥ ସଡ଼କରେ ପୋଲ କାର୍ଯ୍ୟ ନିମ୍ନ ମାନର

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ, ହରଭଙ୍ଗା (୧୭/୦୫): ସରକାରଙ୍କ କୋଟି କୋଟି ଟଙ୍କାରେ ତିଆରି ହେଉଥିବା ଯୋଜନା ଗୁଡିକ କାହିଁକି ଅସଫଳ ପ୍ରଶ୍ନ ଉଠୁଛି ଜନସାଧାରଣଙ୍କ ମନରେ | ଗତ ଏକ ସପ୍ତାହ ତଳେ ବୌଦ୍ଧ ମହାନଦୀରେ ହୋଇଥିବା ସେତୁରେ ଫାଟ ସୃଷ୍ଟି ହୋଇ ଲୁହା ରଡ଼ ଗୁଡିକ ଉପରକୁ ଉଠିଯାଇଥିବାର ଦେଖିବାକୁ ମିଳିଥିଲା |

ପୁଣି ତାହାର ପୁନରାବୃତ୍ତି ଘଟିଛି ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ପ୍ରଗଳପୁର ତସଲା ପଡିଆ ନିକଟରେ ଜଗନ୍ନାଥ ସଡ଼କ ଉପରେ ହୋଇଥିବା ପୋଲ | ପୋଲରୁ କଂକ୍ରିଟ ଉଠି ଲୁହା ରଡ଼ ଗୁଡିକ ଉପରକୁ ବାହାରି ଗଲାଣି | ଯାତ୍ରୀ ମାନେ ଏହି ପୋଲ ଉପରେ ଯାତାୟାତ କରିବା ସମୟରେ ଦୁର୍ଘଟଣା ଘଟିବାର ବହୁତ ସମ୍ଭାବନା ଦେଖ ଦେଲାଣି | ବ୍ରିଜ କାମର ସମୟ ସୀମା ପୂର୍ବରୁ ଯଦି ଏମିତି ଘଟୁଛି ତାହେଲେ କେଉଁଭଳି ଭାବରେ କାମ ହୋଇଛି ଏଥିରୁ ଅନୁମାନ କରାଯାଉଛି | ଏଣୁ ବୌଦ୍ଧ ପ୍ରଶାସନକୁ ଅଂଚଳ ବାସୀଙ୍କ ଅଭିଯୋଗ ବୌଦ୍ଧରୁ ଆରମ୍ଭ କରି ଜଗନ୍ନାଥ ସଡ଼କ ଉପରେ ତିଆରି ହେଉଥିବା ସମସ୍ତ ପୋଲ କାର୍ଯ୍ୟକୁ ଭଲଭାବରେ ତଦାରଖ କରାଯାଉ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: