ଜଗନ୍ନାଥ ମନ୍ଦିରକୁ ୧ ଏକର ଜମି ଦାନ

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ (୩୦/୧୧): କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଚାର ଗାଁ ନିବାସୀ ଶ୍ରୀ ଭଦ୍ର ପୂଜାରୀ କୁନ୍ଦୁରା ବ୍ଲକର ବାଗ୍ଧେରୀ ଜଗନ୍ନାଥ ମନ୍ଦିର କମିଟି କୁ ଏକ ଏକର ଚାଷ ଜମି ଦାନ କରିଛନ୍ତି ।

ଜମିଟି ହେଲା କୁନ୍ଦୁରା ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ମୌଜାର ଖାତା ନଂ ୧୯ ତଥା ପ୍ଲଟ ନମ୍ବର ୨୦। ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀ ଧନପତି ଗୌଡ ଙ୍କ ନାମରେ ଗତ ୨୫ ତାରିଖ ଜମିକୁ ହସ୍ତାନ୍ତର କରିବାକୁ ଏକ ଦାନପତ୍ର ସ୍ବାକ୍ଷର କରିଛନ୍ତି ।ଏହି ଅବସରରେ ଅନ୍ୟ ସଭ୍ୟମାନେ ଯଥା ରାଧାପ୍ରସାଦ ପାତ୍ର (ରାଜା ମନ୍ଦିର), ବୁଲାଚନ୍ଦ୍ର ସାହୁ (ସମ୍ପାଦକ), ବିଦ୍ୟାଧର ସାହୁ, ଉପଦେଷ୍ଟା ଶ୍ରୀ ଚନ୍ଦ୍ର ସଗରିଆ, ତିଳ ନାୟକ,କୁଶ ସାଆନ୍ତା ତଥା ଓଡିଶା ସାମ୍ବାଦିକ ସଂଘ,କୋରାପୁଟ ଜିଲ୍ଲା ଶାଖାର ଉପ ସଭାପତି ଶ୍ରୀ ହରିଶ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Welcome to Odisha News24

error: Content is protected !!
%d bloggers like this: