ଛାତ୍ର ବିଜେଡି କାର୍ଯ୍ୟକାରିଣୀରେ ବିଜେଡି ସଂଗଠନ ସମ୍ପାଦକଙ୍କ ଗୁରୁମନ୍ତ୍ର

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୨୩-୧୨): ନବୀନଙ୍କ ନୀତି, ଆଦର୍ଶ ଓ ଭିଜନକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ। ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଭିଡିଓ କନ୍‌ଫେରସିଙ୍ଗ ଜରିଆରେ ବିଜେଡିର ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇଛନ୍ତି ।

ଏହି ବୈଠକରେ ରାଜନୈତିକ ତଥା ସାଙ୍ଗଠନିକ ପ୍ରସ୍ତାବମାନ ମଧ୍ୟ ଆଗତ କରାଯାଇଛି । ବୈଠକରେ ସାମିଲ ହୋଇ ଛାତ୍ରଙ୍କୁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଛାତ୍ର ସମାବେଶରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଣବ କହିଛନ୍ତି ନବୀନଙ୍କ ନୀତି, ଆଦର୍ଶ ଓ ଭିଜନକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଛନ୍ତି । ନିଜ ଭିତରେ ନେତା ହେବାକୁ ସ୍ପନ୍ଦନ ତିଆରି କର। ମୁଖ୍ୟମନ୍ତ୍ରୀଙ୍କ ଭଳି ନୀତି ଆଦର୍ଶ ଓ ଲୋକଙ୍କ ପାଇଁ ସେ ଯେଉଁଭଳି କାମ କରୁଛନ୍ତି ସେହିଭଳି ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ କରିଛନ୍ତି । ସେ ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଦୁର୍ନୀତି ମୁକ୍ତ ଓଡିଶା ବିଜେଡିର ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଯିଏ ମିଥ୍ୟା ଆରୋପ ଆଣୁଛନ୍ତି ସେମାନଙ୍କୁ ଉଚିତ ଢଙ୍ଗରେ ସମ୍ମୁଖୀନ ହୁଅ ବୋଲି ପ୍ରଣବ କହିଛନ୍ତି । ତେବେ ଏହି ସମାବେଶରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମହାପୁରୁଷଙ୍କ ଭୂମିକା ଉପରେ ଆଲୋଚନା କରାଯାଉଛି । ଏଥିସହିତ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ତୃଣମୂଳ ସ୍ତରରେ ଆଲୋଚନା କରାଯିବ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: