ଛତାଆମ୍ବ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କଲେ ବିଏସଫ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା(୦୪/୦୬): ବୈପାରୀଗୁଡା ଥାନା ଅନ୍ତର୍ଗତ ଛତାଆମ୍ବ ଗାଁ ଜଙ୍ଗଲରେ ବିଫୁଳ ପରିମାଣର ବିଶ୍ୱରୋକ ସାମଗ୍ରୀ ଜବତ ହୋଇନ୍ତି ବିଏସଫ ଯବାନମାନେ |

ବିଶେଷ ଶୃତରୁ ଖବର ପାଇବା ପରେ ଦଣ୍ଡାବାଡି ସ୍ଥିତି ୧୫୧ ବିଏନ ବିଏସଫ କଂପାନୀ କମାଣ୍ଡର ଏସଏସ ଝାମୁଯାଲୁଙ୍କ ନିର୍ଦ୍ଧେଶ କ୍ରମେ ଦଣ୍ଡାବାଡି ପଂଚାୟତ ଅନ୍ତର୍ଗତ ଛତାଆମ୍ବ ଜଙ୍ଗଲରେ କୁମ୍ବୀ ଅପରେସନ କରାଯାଇଥିଲା | ଛତାଆମ୍ବ ଗାଁ ନିକଟରେ ଥିବା ଜଙ୍ଗଲର ପାହାଡ଼ ପଥର ସନ୍ଧିରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି | ଜବତ ସାମଗ୍ରୀ ମଧ୍ୟରୁ ୪୭ ଡିଲେଟିନ, ୪୨ ଟି ଡିଟନେଟର, ୫୦ ମିଟର ୱାଇର, ଢ଼ାଳୁ ଷ୍ଟଲ ଟିଫିନ ୩ ଟି, ପେକିଙ୍ଗ ଟେପ ଗୋଟେ, ୨ କେଜି ନଟବ୍ଳଟ, ଜବତ କରାଯାଇଛି | ଦଣ୍ଡାବାଡି ଏକ ମାଓ ଅଂଚଳ ହୋଇଥିବାରୁ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଏପରି ବିସ୍ଫୋରକ ସାମଗ୍ରୀ ରଖା ଯାଇଥିବା ଜଣାପଡିଛି |

Welcome to Odisha News24

error: Content is protected !!
%d bloggers like this: