ଛଅ ମାସ ନ ପୂରୁଣୁ ବିକଳାଙ୍ଗ ଚିଲ୍ଲାଖଣ୍ଡି ନାଳ ସେତୁ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୦୫/୦୬): ପ୍ରତି ମୁହୂର୍ତ ରେ ବୌଦ୍ଧ ଜିଲ୍ଲାରେ ବିଚିତ୍ର ଅଘଟଣ ଘଟି ଆସୁଛି | ଏମିତି ହେଲାଣି ବୌଦ୍ଧ ସାଧାରଣ ଜନତା ଆମେ ସ୍ୱାଧୀନ ଭାରତର ସନ୍ତାନ ବୋଲି କହିବାକୁ ସଂକୋଚ ଲାଗୁଛି | ପ୍ରତି କ୍ଷେତ୍ରରେ ବୌଦ୍ଧ ଜିଲ୍ଲାର ବାସୀଙ୍କୁ ଅଭାବନୀୟ ଘଟଣାର ସାମ୍ନା କରିବାକୁ ପଡୁଛି | ଯାହାକି ସମସ୍ତଙ୍କ ଆଖିରେ ଆଜି ନଗ୍ନ୍ନ ଚିତ୍ର ଦେଖିବାକୁ ମିଳିଛି |

ଦୀର୍ଘ ବର୍ଷ ଧରି ହରଭଙ୍ଗା ବ୍ଲକ ହରେକୃଷ୍ଣ ପୁର ଗାଁ ନିକଟରେ ବହିଯାଉଥିବା ଚିଲ୍ଲାଖଣ୍ଡି ନାଳ ଉପର ଥିବା ସେତୁରେ ବାରମ୍ବାର ଲୋକେ ଦୁର୍ଘଟଣାର ଶିକାର ହେଉଥିଲେ | NH57ର ପ୍ରଶସ୍ତି କରଣ ହେବାହେତୁ ସାଧାରଣ ଜନତା ନୂତନ ସେତୁ ତିଆରିକୁ ଦେଖି ଆସ୍ୱସ୍ଥି ଲାଭ କରିଥିଲେ | ହେଲେ ଜନସାଧାରଣ ଭରଷାକୁ ଉଡାଇ ଦେଉଛନ୍ତି ଠିକାଦାର | କାମ ଶେଷ ହେବାର ୬ ମାସ ନ ପୂରୁଣୁ ସେତୁ ଉପରେ ଖାଲ ହୋଇ ଲୁହା ରଡ଼ ଗୁଡିକ ଉପରକୁ ବାହାରି ଲାଣି |ଠିକାଦାର କି ପ୍ରଶାସନ କାହାରିବି ନଜର ପଡୁନି | କି ଠିକାଦାର ଓ ପ୍ରଶାସନ ମଧ୍ୟରେ ମଧୁଚନ୍ଦ୍ରିକାରେ ତିଆରି ହୋଇଛି ଏହି ସେତୁ ଏଵେ ସାଧାରଣ ଜନତା ଓ ବୁଦ୍ଧିଜୀବୀଙ୍କ ଚିନ୍ତାର ବିଷୟ ପାଲଟିଛି |

Welcome to Odisha News24

error: Content is protected !!
%d bloggers like this: