ଚୋରା ଗଞ୍ଜେଇ ଗାଡିକୁ ଖସେଇ ଦେବା ଅଭିଯୋଗରେ ୪ ଗିରଫ

ରିପୋର୍ଟ: ଲୋକନାଥ ସାହୁ //
ଗୁଡାରୀ (୨୩/୦୫): ରାୟଗଡ଼ା ଜିଲ୍ଲା ଗୁଡାରୀ ଥାନା ଅନ୍ତର୍ଗତ ଗୁମୁଡା ଛକରେ ଗତ ୧୭.୦୫.୨୦୨୧ ମଧ୍ଯ ରାତ୍ରିରେ ବିପୁଳ ପରିମାଣର ଏକ ଗଞ୍ଜେଇ ଗାଡି ଗୁମୁଡା ଗୃହରଖିଙ୍କ ହାବୁଡରେ ପଡିଥିଲା ୩ ଜଣ ଗୃହରଖି ଉକ୍ତ ଗଞ୍ଜେଇ ଗାଡିକୁ ଛାଡିବା ପାଇଁ ସଲା ସୁତୁରା କରି ୫ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି କରି ୧ ଲକ୍ଷ ଟଙ୍କା ଘଟଣା ସ୍ଥଳେ ଦେଇଥିଲେ ଅବଶିଷ୍ଟ ଟଙ୍କା ବ୍ୟାଙ୍କ୍ ଖାତାକୁ ପଠାଇବା ପାଇଁ ନିଷ୍ପତ୍ତି ହୋଇଥିବା ତଦନ୍ତ ରୁ ଜଣାପଡ଼ିଛି |

ଉକ୍ତ ଘଟଣାର ଖବର ପାଇ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ତଉଡିଆ ଓ ଏ ସାଇ ଅନୁରୋଧ ଜାଲି ଘଟଣା ର ଫରଦାଫାସ୍ କରି ପ୍ରସାଦ କୁମ୍ଭାର ୨୭,ଗୋପବନ୍ଧୁ ଗୌଡ ୪୬ ଓ ଜୀ. କ୍ରିଷ୍ଣା ରାଓ ୪୦ ୩ ଜଣ ଗୃହରକ୍ଷୀଙ୍କ ସମେତ ଅଭିଯୁକ୍ତ ଅନିଲ କୁମାର ଗୌଡ ୨୯ ମୋଟ ୪ ଜଣକୁ କୋର୍ଟ ଚାଲାଣ କରାଯାଇଛି | ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା ୩ ଟି ମୋବାଇଲ ଜବତ କରିବା ସହ ଚୁକ୍ତି ଅନୁଯାୟୀ ଅବଶିଷ୍ଟ ଟଙ୍କା ପ୍ରସାଦ କୁମ୍ଭାରର ବ୍ୟାଙ୍କ୍ ଖାତାକୁ ଯାଇଥିବା ଅନୁମନ କରାଯାଉଛି ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ତଉଡିଆଙ୍କ ଠାରୁ ପ୍ରକାଶ |

Welcome to Odisha News24

error: Content is protected !!
%d bloggers like this: