ଚେସ୍ ଗ୍ରାଣ୍ଡ ମାଷ୍ଟର ତାନିଆ ମାତ୍ର ୬ବର୍ଷ ବୟସରେ ଚେସ ଖେଳିବା ଆରମ୍ଭ କରିଥିଲେ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୧୩-୦୧): ତାନିଆ ସଚଦେବ ଜଣେ ଭାରତୀୟ ଚେସ ଖେଳାଳି ତଥା ୱାର୍ଲ୍ଡ ଚେସ୍ ଫେଡେରେସନ୍ (FIDE) ଆନ୍ତର୍ଜାତୀୟ ମାଷ୍ଟର (IM) ଏବଂ ମହିଳା ଗ୍ରାଣ୍ଡମାଷ୍ଟର (WGM) ତାନିଆଙ୍କ ଜନ୍ମ ୨୦ ଅଗଷ୍ଟ ୧୯୮୬ ଦିଲ୍ଲୀରେ ହୋଇଥିଲା। ତାନିଆ ୬ ବର୍ଷ ବୟସରୁ ଚେସ୍ ଖେଳ ପ୍ରତି ରୁଚି ଦେଖିଥିଲେ ତାନିଆଙ୍କ ବାପା ଦିନେ ଘରକୁ ଚେସ ବୋର୍ଡ ଆଣିଥିଲେ ଏବଂ ସେ ଚେସ ବୋର୍ଡରେ ସେ ତାନିଆଙ୍କ ଭାଇଙ୍କୁ ଖେଳ ଶିଖାଉଥିଲେ ।

କିନ୍ତୁ ଖେଳ ରେ ତାନିଆଙ୍କ ଭାଇଙ୍କ ରୁଚି କମ୍ ଏବଂ ତାନିଆଙ୍କ ରୁଚି ଚେସ୍ ପ୍ରତି ଅଧିକା ଥିଲା । ତାନିଆ ଏକ୍ ସାକ୍ଷାତକାରରେ କହିଛନ୍ତି ଚେସର ସବୁ ପ୍ରକାର ନିୟମ ଶିଖିଲି ଏବଂ ଦୁଇ ତିନି ଦିନ ପରେ ମୁଁ ମୋ ବାପାଙ୍କୁ ଏକ ଖେଳ ପାଇଁ ପଚାରିଲି ଏବଂ ତାଙ୍କୁ ସେ ଖେଳରେ ହରାଇଦେଲି । ସେବେଠାରୁ ମୋର ପିତାମାତା ସର୍ବଦା ମତେ ସାହାଯ୍ୟ କରିଆସୁଥିଲେ ଏବଂ ସେମାନେ ମୋତେ ବୃତ୍ତିଗତ ତାଲିମ ନେବାକୁ ମଧ୍ୟ ଛାଡିଲେ ।

ସେ ମାତ୍ର ଛଅ ବର୍ଷ ବୟସରେ ଚେସ ଖେଳିବା ଆରମ୍ଭ କରିଥିଲେ ଏବଂ ବୟସ ବଢିବା ସହିତ ତାଙ୍କର ସଫଳତାର ତାଲିକା ମଧ୍ୟ ବଢିବାରେ ଲଗିଲା । ସେ ୮ବର୍ଷ ବୟସ ରେ ତାଙ୍କର ପ୍ରଥମ ଆନ୍ତର୍ଜାତିୟ ପୁରସ୍କାର ଜିତିଥିଲେ। ତାନିଆ ୧୯୯୮ରେ ୧୨ ବର୍ଷରୁ କମ୍ ବର୍ଗରେ ଏବଂ ୨୦୦୦ରେ ୧୪ ବର୍ଷରୁ କମ୍ ବର୍ଗରେ ଜାତୀୟ ଚ୍ୟାମ୍ପିୟନ ହୋଇଥିଲେ। ୨୦୦୫ ମସିହାରେ ଦେଶର ଅଷ୍ଟମ ମହିଳା ଭାବେ ସେ ‘ଗ୍ରାଣ୍ଡମାଷ୍ଟର’ ଉପାଧି ନିଜ ନାରେ କରିଥିଲେ। ସେ ୨୦୦୭ରେ ଏସିଆନ୍ ଚାମ୍ପିଆନସିପ୍ ଜିତିଲା ପରେ ପେସାଦାର ଚେସ୍ ଖେଳାଳି ହେବାର ନିଷ୍ପତ୍ତି ନେଇଥିଲେ। ୨୦୦୯ରେ ତାଙ୍କୁ ‘ଅର୍ଜୁନ ପୁରସ୍କାର’ ମିଳିଥିଲା ।

ତାନିଆ ସାସ୍ତ୍ରିୟ ନୃତ୍ୟରେ ମଧ୍ୟ ତାଲିମ୍ ନେଇଛନ୍ତି। ତାନିଆଙ୍କୁ ଖାଲି ସମୟରେ ବହି ପଢିବାକୁ ପସନ୍ଦ କରନ୍ତି ଏବଂ ସପିଂ କରିବାକୁ ବହୁତ୍ ପସନ୍ଦ । ମସ୍ତିଷ୍କ କୁ ସ୍ଥିର ରଖିବାପାଇଁ ଯୋଗ କରନ୍ତି ଏବଂ ପଜଲ୍ ଖେଳନ୍ତି। ୨୦୧୪ ମସିହାରେ ବିଶ୍ୱର ଶ୍ରେଷ୍ଠ ୫୦ ଜଣ ମହିଳା ଚେସ୍ ଖେଳାଳି ତାଲିକାରେ ନିଜର ନାଁ ସାମିଲ କରିପାରିଥିଲେ । ତାନିଆ ୨୦୧୯ ରେ କମନୱେଲଥ୍ ଚେସ୍ ପ୍ରତିଯୋଗିତାରେ ମହିଳା ଚାମ୍ପିୟନ ହୋଇଥିଲା ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: