ଚିକିତ୍ସା ଅଭାବରୁ ଶୋଚନୀୟ ମୃତ୍ୟୁ ଅଭିଯୋଗ,ଆବେଦନ କରି ସୁଦ୍ଧା ନିରାଶ ପରିବାର

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୦୮-୦୨): ବଲାଙ୍ଗୀର ଜିଲ୍ଲାର ପରାସରା ଗ୍ରାମର ସଞ୍ଜୟ ବଗର୍ତ୍ତି(୪୫) ବର୍ଷୀୟ ଜଣେ ବ୍ୟକ୍ତି ଙ୍କୁ ଚିକିତ୍ସା ଅଭାବରୁ ଶୋଚନୀୟ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସେ ପାରାଲିସେସ ରେ ଅକ୍ରାନ୍ତ ହୋଇଥିବା ବେଳେ ତାଙ୍କୁ ବୁର୍ଲା କିମ୍ବା କଟକ ନେଇଯିବା କୁ ବଲାଙ୍ଗୀର ମ୍ୟାଡ଼ିକଲ କଲେଜ ଡକ୍ଟରଖାନା ରେ ଡାକ୍ତର ପରାମର୍ଶ ଦେଇଥିଲେ, ତାଙ୍କୁ ବୁର୍ଲା ନେଇ ଯିବା ରୁ ସେଠି କଟକ ନେଇ ଯିବା କଥା ବଲାଙ୍ଗୀର ରୁ ଖାଲି ଆମ ନିକଟକୁ ପଠେଇ ଦେଉଛନ୍ତି କହି ଭର୍ତ୍ତି କରିବାକୁ ମନା କରିଦେଇଥିଲେ ।

ତାଙ୍କ ସ୍ତ୍ରୀ ବାଧ୍ୟ ହୋଇ ବୁର୍ଲା ରୁ ନିଜ ଗ୍ରାମ ପରାସରା ନେଇ ଆସି ବଲାଙ୍ଗୀର ଜିଲ୍ଲାପାଳ ଙ୍କ ନିକଟରେ କଟକ ନେଇ ଯିବା ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ଆବେଦନ କରିଥିବା ବେଳେ କିଛି ସୂଫଳ ପାଇ ନ ଥିଲେ । ଏପରି କି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଆମ୍ବୁଲାନ୍ସ ସହାୟତା ପାଇଁ ମନ୍ଧ୍ୟ ଗୁହାରି ବିଭାଗୀୟ ଅଧିକାରୀ ଙ୍କ ନିକଟରେ କରିଥିଲେ । କିନ୍ତୁ ଏହା ଦୀର୍ଘଦିନର ଆମେ ଏଠି ଭର୍ତ୍ତି କରିବୁନି ତମେ କଟକ ଯାଅ କହିଥିଲେ । ଏପରି କି ଗୁରୁତର ଅବସ୍ଥାରେ ସେ ଥିବା କହିଥିଲେ । ପ୍ରାୟ ଦୁଇ ମାସ ଘରେ ରଖି ଥିବା ଓ ବିଭିନ୍ନ ପଦାଧିକାରୀ ଙ୍କ ନିକଟରେ ଆବେଦନ ନିବେଦନ କରି ନିରାଶ ହୋଇଥିଲେ । ଆଜି ସେ ଗୁରୁତର ହେବାରୁ ତାଙ୍କୁ ଦିନ ୨ ଟା ସମୟରେ ଟିଟିଲାଗଡ ଡାକ୍ତରଖାନା କୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା । ତେବେ ବାଟରେ ତାଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତର ଖାନା ରୁ ପୋଲିସ କୁ ସୂଚନା ଦେବା ପରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ପରିବାର ତରଫରୁ ଅର୍ଥ ଅଭାଵ ଯୋଗୁଁ ଆମେ କଟକ ନେଇ ନ ପାରିବାରୁ ମୃତ୍ୟୁ ଘଟିଛି ବୋଲି ଉଦବେଗ ପ୍ରକାଶ ପାଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: