ଚାଷୀଙ୍କ ନାମ ଡିଲିଟ ହୋଇଥିବା ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଲେ ଚାଷୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୪/୦୬): ନବରଙ୍ଗପୁର ଜିଲ୍ଲାରେ ରବି ମଣ୍ଡି ପାଇଁ ଚାଷୀଙ୍କ ନାମ ଓ ଟୋକେନକୁ ଡ଼ିଲିଟି କରିଥିବା ଅଭିଯୋଗ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ କିଛି ସମୟ ପାଇଁ ଘେରାଉ କରିଥିଲେ ନବରଙ୍ଗପୁର , ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ଶତାଧିକ ଚାଷୀ | ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପ୍ରତିଶୃତି ପରେ ଘେରାଉରୁ ହଟିଥିଲେ ଚାଷୀ | ନବରଙ୍ଗପୁର ଜିଲ୍ଲାରେ ଚଳିତ ରବି ଚାଷ ଉତ୍ପାଦିତ ଧାନ ଅଭାବ ବିକ୍ରିକୁ ନେଇଁ ଚାଷୀଙ୍କ ମଧ୍ୟରେ ଅନ୍ତୁଷ୍ଟ ଦେଖାଦେଇଛି |

ଚଳିତ ବର୍ଷ ଜିଲ୍ଲାରେ ୪୨୫ ଜଣ ଚାଷୀ ରବି ଋତୁରେ ଉତ୍ପାଦିତ ଧାନ ବିକିବା ପାଇଁ ପଞ୍ଜିକୃତ କରିଛନ୍ତି l|ବର୍ତମାନ ପର୍ଯ୍ୟନ୍ତ ୯୬୦୦ କୁଇଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଯୋଗାଣ ବିଭାଗ ଲକ୍ଷ୍ୟ ରଖିଥିଲା ବେଳେ ଟାର୍ଗେଟ ପୂରଣ ହୋଇଯାଇଥିବାରୁ ଓ ରେଜିଷ୍ଟ୍ରସନ କରିଥିବା ଚାଷୀଙ୍କ ନାମ କାଟି ଯାଇଥିବାରୁ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ନବରଙ୍ଗପୁର ଜିଲ୍ଲାରେ ରବି ଚାଷ ପାଇଁ ଅନେକ ଚାଷୀଙ୍କ ପଞ୍ଜିକୃତ କରିଥିବା ତଥ୍ୟ ସରକାରୀ ସ୍ତରରୁ ଡିଲିଟ ହୋଇ ଥିବା ନେଇଁ ଚାଷୀ ଅଭିଯୋଗ କରିଛନ୍ତି | ଏ ନେଇ ଜିଲ୍ଲା କୃଷି ବିଭାଗ ଓ ଆର.ଆଇଙ୍କ ଯାଞ୍ଚ ରିପୋର୍ଟକୁ ନେଇଁ ଆବେଦନ କରାଯାଇଥିବା ମଣ୍ଡିକାର୍ଡକୁ ଡିଲିଟ କରାଯାଇଥିବା ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ସୂଚନା ଦେଇଥିବା ବେଳେ ଏହା ପୁଣିଥରେ ଯାଞ୍ଚ କରାଯାଇ ଚାଷୀଙ୍କ ନାମକୁ ମିଶ୍ରଣ କରାଯିବ ବୋଲି କହିଛନ୍ତି | ତେବେ ସବୁଠାରୁ ବଡ ସମସ୍ୟା ହେଉଛି ବର୍ତମାନ ଉତ୍ପାଦିତ ହେଉଥିବା ଧାନ ଚାଷୀ କେଉଁଠି ବିକିବେ ସେ ନେଇ ଚିନ୍ତାରେ ଚାଷୀ ।

Welcome to Odisha News24

error: Content is protected !!
%d bloggers like this: