ଚାଷୀଙ୍କ ଠାରୁ ୧୯୬୩ କ୍ୱିଣ୍ଟାଲ ଧାନ ଉଠାଇଲା ପ୍ରଶାସନ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୨୪/୨୦): ବନ୍ଧୁଗାଁ ବ୍ଲକର ନୀଳାଵାଡି ଗ୍ରାମ ପଞ୍ଚାୟତର ନୀଳାଵାଡି ଗ୍ରାମର ମା ଅଗ୍ନି ଗାଂଗା ମା ଠାକୁରାଣୀ ମନ୍ଦିର ଠାରେ ଆଜକୁ ତିନିଦିନ ଧରି ଧାନ ମଣ୍ଡୀରେ ଧାନ ଉଠାଣ ଚାଲିଥିଲା |

ନୀଳାଵାଡି ପଞ୍ଚାୟତର ନୀଳାଵାଡି, ସାନ ଗାଦବାଳଶା, ବଡ଼ ଗାଦବାଳଶା, ଘୁମୁରା, ଚେକାପାଡୁ, ଗୁଲୁମି ଗୁଡ଼ାଏ ଓ ଦଣ୍ଡାବାଡ଼ି ଆଦି ଗ୍ରାମରଚାଷୀ ମାନେ ଆଜି ଆଲମଣ୍ଡା ଗ୍ରାମ ପଞ୍ଚାୟତର ଏବି ଲେମ୍ପର ଅଧିକାରୀ ଏମ. ଡ଼ି. ଶ୍ରୀ ରାମବାରିକ ରାମକ୍ରିଷ୍ଣା ଉପସ୍ଥିତରେ ପ୍ରାୟ ୨୫ ଜଣ ଚାଷୀଙ୍କ ଦ୍ୱାରା ୨୯୬୩ କୁଇଣ୍ଟାଲ ଧାନ ମଣ୍ଡୀରୁ ଉଠାଇଥିବା ସୂଚନା ଦେଇଥିଲେ ଆଲମଣ୍ଡା ଏମଡି ଶ୍ରୀ ରାମକ୍ରିଷ୍ଣା | ଧାନ କୁଇଣ୍ଟାଲ ପ୍ରତି ୧୮୬୫ ବାବଦରେ ଉଠାଇଥିବାର ଜାଣିବାକୁ ମିଳିଛି | ଆଜିର ଧାନ ମଣ୍ଡୀରେ ଧାନ ଉଠାଇବା ସମୟରେ ନୀଳାଵାଡି ଗ୍ରାମ ପଞ୍ଚାୟତର ଚାଷୀମାନେ ଉପସ୍ଥିତ ଥିଲେ | ଧାନ ମଣ୍ଡୀରୁ ଉଠା ଯାଇଥିବା ଧାନକୁ ଜୟପୁର ଜଗତ ଜନନୀ ଓ ପଞ୍ଚଡ଼ାର ନର୍ମଦା ମିଳରଙ୍କୁ ପଠାଆଯିବ ବୋଲି ସୂଚନା ମିଳିଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: