ଚାଇଲଡ ଲାଇନ ପକ୍ଷରୁ ଅନାଥ ଶିଶୁକୁ ଉଦ୍ଧାର

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୦୧/୧୨): ବୈପାରୀଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ଗ୍ରାମରୁ ଅନାଥ ଶିଶୁଙ୍କୁ କୋରାପୁଟ ଚାଇଲଲାଇନ ପକ୍ଷରୁ ଉଦ୍ଧାର କରାଯାଇଛି l ଦଶମନ୍ତପୁର ଗ୍ରାମର ଶୁକ୍ରl ମୁରଜିଆ ଓ ତାଙ୍କ ପତ୍ନୀ ବୌଦି ମୁରଜିଆଙ୍କ ମୃତ୍ୟୁ ପରେ ତାଙ୍କ ଏକ ମାତ୍ର ପୁଅ ଦୁର୍ୟ୍ଯଧନ ମରଜିଆ (13)ଅନାଥ ହୋଇଯାଇଥିବା ବେଳେ ଗତ କାଲି କୋରାପୁଟ ଏକତା ଚାଇଲଡ ପକ୍ଷରୁ ଦୁର୍ୟ୍ଯଙ୍କୁ ଦଶମନ୍ତପୁର ଠାରୁ ଉଦ୍ଧାର କରି କୋରାପୁଟ ଶିଶୁ ସମିତି ଅଧକ୍ଷା ଡ଼ଃ ଗାୟିତ୍ରୀ ଦେବୀ ଙ୍କ ନିକଟରେ ଉପସ୍ଥାପନା କରାଯାଇଛି l

ଉକ୍ତ ଶିଶୁ ଙ୍କ ରହିବା ପାଇଁ ପାଇଁ ହଷ୍ଟେଲ ବ୍ୟବସ୍ଥା କରାଯାଥିବା ଜଣାପଡିଛି l ପ୍ରାପ୍ତ ସୂଚନା ଅନୁଯାୟୀ, ଶୁକ୍ରl ଓ ସ୍ତ୍ରୀ ବୌଦି ମୁରଜିଆ ଓ ପୁଅ ଦୁର୍ୟ୍ଯଧନକୁ ନେଇ ଅଭାବ ଅନଟନରେ କଷ୍ଟେ ମଷ୍ଟେ ଚଳାଉଥିଲେ ପରିବାର l ହେଲେ ଶୁକ୍ରl ଙ୍କ ସ୍ତ୍ରୀ ଗତ ପାଞ୍ଚ ବର୍ଷ ପୂର୍ବେ ଅଜଣା ରୋଗରେ ପୀଡିତ ଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା l ସ୍ତ୍ରୀ ର ମୁତ୍ୟୁ ପରେ ଶୁକ୍ରl ମଧ୍ୟ ଆଉ ବେଶି ଦିନ ଜୀବନ ଗାଡି କୁ ନେଇପାରିଲେ ନାହିଁ, ପୁଅ କୁ ଅଧ ବାଟରେ ଛାଡି ଅରପରିକି ଚାଲିଗଲେ ଶୁକ୍ରl l ଏବେ ଏହି ବାପା ମା ଛେଉଣ୍ଡ ଅସହାୟଙ୍କ ଦୁର୍ୟ୍ଯଙ୍କ ଯନ୍ତ୍ର ଓ ସୁରକ୍ଷା ପାଇଁ ଚାଇଲଲାଇନ ପକ୍ଷରୁ ଉଦ୍ଧାର କରାଯାଇଛି l

ଏହି ଉଦ୍ଧାର କାର୍ଯ୍ୟରେ କୋରାପୁଟ ଏକତା ଚାଇଲଡ ଲାଇନ ସଦସ୍ୟ ଏନ ସନ୍ତୋଷ କୁମାର, ଅଙ୍ଗନବାଡି କର୍ମୀ ସୂର୍ଯ୍ୟମଣି ନାୟକ, ଫ୍ରେଣ୍ଡସ ୟୁନିଟ ବ୍ଳବ ସ୍ୱଚ୍ଛାସେବୀ ଧନପତି ନାୟକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: