ଚଳିତମାସ ଶେଷ ସୁଦ୍ଧା ଭୁବନେଶ୍ୱର ଏମ୍ସରେ ଲାଗିବ ୨ଟି ଇକମୋ ମେସିନ

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୧୧/୦୬): ଗୁରୁତର କୋଭିଡ ରୋଗୀଙ୍କ ପାଇଁ ଭୁବନେଶ୍ୱର ଏମ୍ସରେ ଲାଗିବ ୨ଟି ଇକମୋ ମେସିନ । ପ୍ରଥମ ଇକମୋ ମେସିନ ଚଳିତମାସ ଶେଷ ସୁଦ୍ଧା ଲାଗିବ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଇକମୋ ମେସିନଟି କାର୍ଯ୍ୟକ୍ଷମ ହେବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ।

ଇକ୍ମୋ ପରିଚାଳନା ପାଇଁ ଏମ୍ସ ଅଧିକ ଟେକ୍ନିସିଆନ ନିଯୁକ୍ତ କରୁଛି । ଏବେ କେତେକ ଅଧ୍ୟାପକଙ୍କୁ ମେସିନ ପରିଚାଳନା ତାଲିମ ଦିଆଯାଇଛି ବୋଲି ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି । ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଇକମୋ ମେସିନର ଆବଶ୍ୟକତା ବଢିଛି । ହେଲେ ଓଡ଼ିଶାରେ କୌଣସି ସରକାରୀ ମେଡିକାଲରେ ଇକମୋ ମେସିନ୍ ନଥିବାରୁ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିପ୍ଟିଂ କରାଯାଉଛି । ଗତ ସପ୍ତାହେ ମଧ୍ୟରେ ୩ ଜଣଙ୍କୁ ଏୟାରଲିପ୍ଟିଂ କରାଯାଇସାରିଲାଣି । ସେପଟେ ଓଡ଼ିଶା ସରକାର କଟକ ଏସସିବି ଓ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ରେ ଇକମୋ ମେସିନ୍ ଲଗାଇବାର ବ୍ୟବସ୍ଥା କରୁଛନ୍ତି । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ କ୍ୟାପିଟାଲ୍ ମେଡିକାଲ୍ ପାଇଁ ସିଏସ୍ଆର୍ ପାଣ୍ଠିରେ ଇକମୋ ମେସିନ୍ ଲାଗିବ ବୋଲି ଜଣାପଡ଼ିଛି । ତେବେ କେବେ ଏହି ଦୁଇ ମେଡିକାଲ୍ରେ ଇକମୋ ମେସିନ୍ ଲାଗିବ, ସେନେଇ ରାଜ୍ୟ ସରକାର କିଛି ସ୍ପଷ୍ଟ କରିନାହାନ୍ତି ।

Welcome to Odisha News24

error: Content is protected !!
%d bloggers like this: