ଚଳନ୍ତା ଗାଡିରୁ ପଡି ଯୁବକ ମୃତ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା (୨୨/୦୨): ବୌଦ୍ଧ -ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ କୋଇଲିସୂତା ଗ୍ରାମର ଅନନ୍ତ କର୍ଣ୍ଣ (୩୨) ବୁରୁବୁଡ଼ା ଶିବ ମନ୍ଦିର ନିକଟରେ ଚଳନ୍ତା ଟ୍ରାକ୍ଟରରୁ ଖସି ପଡିବାରୁ ଟ୍ରାକ୍ଟର ଚକା ମାଡିଯାଇଥିଲା |

ଗୁରୁତର ଅବସ୍ଥାରେ ପୁରୁଣାକଟକ ଡାକ୍ତର ଖାନାକୁ ନିଆଯାଇଥିଲା | ଡାକ୍ତର ଖାନରେ ଡାକ୍ତର ମୃତ ଘୋଷଣା କରିଥିଲେ | ସୂଚନା ଅନୁଯାଇ ରଂଜିତ ପ୍ରଧାନଙ୍କ ଟ୍ରାକ୍ଟର ବୋଲି ଜଣା ପଡୁଛି | ଟ୍ରାକ୍ଟର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି | ଏବଂ ଇଟା ଭାଟି ପୁଡାଇବା ପାଇଁ ଟ୍ରାକ୍ଟରରେ କୋଇଲା ଆଣୁଥିବାର ସୂଚନା ଅଛି | ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: