ଚଳନ୍ତା କାରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଗଲା, ଅଳ୍ପକେ ବର୍ତିଲେ ଗାଡି ମାଲିକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୨୭/୦୧): ସାଧାରଣତନ୍ତ୍ର ଦିବସରେ ଅଘଟଣ । ଚଳନ୍ତା କାରରେ ଲାଗିଲା ନିଆଁ । ନବରଙ୍ଗପୁର ସହର ମାଝୀଗୁଡା ରାସ୍ତା ଦେଇ ତେନ୍ତୁଳିଖୁଣ୍ଟି ଯାଉଥିବା ବେଳେ ବିଜରାଗୁଡ଼ା ନିକଟରେ ଏକ କାରରେ ନିଆ ଲାଗି କାରଟି ସମ୍ପୂର୍ଣ୍ଣ ଜଳି ଯାଇଛି ।

ନବରଙ୍ଗପୁରର ଏକ ଗ୍ୟାରେଜରେ ମରାମତି ହୋଇ ବିଜରାଗୁଡାର ଭୀମ ନାୟକଙ୍କ କାର ଘରକୁ ଫେରୁଥିବା ବେଳେ ଗାଡିର ଇଞ୍ଜିନରୁ ହଠାତ ନିଆଁ ଲାଗିଯାଇଥିଲା । କାରରେ ଯାଉଥିବା ମାଲିକ ନିଜେ ଡ୍ରାଇଭିଙ୍ଗ କରି ଯାଉଥିବା ବେଳେ ଗାଡିରୁ ଓହ୍ଲାଇ ଦେଖିବା ବେଳେ ଇଞ୍ଜିନରୁ ପ୍ରବଳ ନିଆଁ ଲାଗିଥିଲା। ଏ ସମ୍ବନ୍ଧରେ ସେମାନେ ଅଗ୍ନିଶମ ବାହିନୀକୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଅଗ୍ନିଶମ ଗାଡି ବିଳମ୍ବରେ ପହଞ୍ଚିବାରୁ ନିଆ ଲାଗି ଗାଡି ସମ୍ପୂର୍ଣ୍ଣ ଜଳି ଯାଇଥିବା କାର ମାଲିକ ଅଭିଯୋଗ କରିଛନ୍ତି । କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ସର୍ଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ଗାଡି ମାଲିକ କହିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: