ଚଳନ୍ତା ଅଟୋରୁ ଡେଇଁ ମହିଳା ଗୁରୁତର, ପାପଡାହାଣ୍ଡି

ରିପୋର୍ଟ: ଏ.ସତୀଶ //
ନବରଙ୍ଗପୁର (୦୨/୦୨): ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗ୍ରାମ ନିକଟରେ ଚଳନ୍ତା ଅଟୋରୁ ଡେଇଁ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ପାପଡାହାଣ୍ଡି ବ୍ଲକ ଶୀରସି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଳପୁର ଗ୍ରାମର ଦୈମତି ଅମନାତ୍ୟ (୫୦) ସ୍ୱାମୀ ଶୋଭା ଅମନାତ୍ୟଙ୍କ ସହ ଏକ ଅଟୋ ଯୋଗେ ପାପଡାହାଣ୍ଡି ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସୁଥିଲେ । ତେବେ ତଣ୍ଡାଗୁଡା ଛକ ନିକଟରେ ଦୈମତିଙ୍କ ବ୍ୟାଗ ଟି ଖସି ପଡ଼ିଥିଲା । ବ୍ୟାଗ ପଡିଯିବା ଦେଖି ମହିଳା ଜଣଙ୍କ କାହାକୁ ନ ଜଣାଇ ଦ୍ରୁତ ଗତିରେ ଥିବା ଅଟୋରୁ ଡେଇଁ ପଡିଥିଲା | ପରେ ଅଟୋ ଡ୍ରାଇଭର ଓ ସ୍ୱାମୀ ଶୋଭା ଗୁରୁତର ଅବସ୍ଥାରେ ଦୈମତିଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ନ ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି |

Welcome to Odisha News24

error: Content is protected !!
%d bloggers like this: