ଚରଦା ମଣ୍ଡିରୁ ଧାନ ନ ଉଠିବା ଓ ବିଭିନ୍ନ ସମସ୍ୟା ନେଇ ପେକ୍ସରେ ତାଲା ମାରିଲେ ଚାଷୀ, ସମ୍ପାଦକଙ୍କ ପ୍ରତିଶ୍ରୁତି ପରେ ତାଲା ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୪/୬): ବିନିକା ବ୍ଲକ ଚରଦା କୃଷି ସେବା ସମବାୟ ସମିତିରେ ଗତ ୧୭ ତାରିଖରୁ ଚଳିତ ରବି ଋତୁର ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଆରମ୍ଭ ଦିନରୁ ଏଠାରେ ଚାଷୀମାନେ ଧାନ ବିକ୍ରି କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | କିଛି ଚାଷୀଙ୍କ ଟୋକନ ଆସୁ ନ ଥିବା ବେଳେ ଯାହାର ଟୋକନ ଆସିଛି ସେ ଚାଷୀ ମଧ୍ୟ ଧାନ ବିକ୍ରି କରିବା ଆଗରୁ ଟୋକେନ ଲେପ୍ସ ହୋଇଯାଉଥିବା ଚାଷୀ ମାନେ ଅଭିଯୋଗ ହୋଉଛି |

ଏପରିକି ଶହ ଶହ ବସ୍ତା ଧାନ ମଣ୍ଡିରେ ପଡି ରହିଥିବା ବେଳେ ଚାଷୀମାନେ ଦିନ ଦିନ ଧରି ନିଜର ଉତ୍ପାଦିତ ଶସ୍ୟ ଜଗି ରହିଛନ୍ତି | ଏହି ସବୁ ସମସ୍ୟା ପାଇଁ ଚାଷୀ ସ୍ଥାନୀୟ ପେକ୍ସ ଠାରୁ ଆରମ୍ଭ କରି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ପାଖରେ ଅଭିଯୋଗ କରି ନିରାଶ ହେବା ପରେ ଆଜି ବାଧ୍ୟ ହୋଇ ପେକ୍ସରେ ତାଲା ପକାଇଥିଲେ | ସରକାର ଟୋକନର ଅବଧି 12 ଦିନ କରିଥିବା ବେଳେ ପେକ୍ସ ତଥା ମିଲର୍ସମାନଙ୍କ ଅସହଯୋଗ ଯୋଗୁଁ ଅବଧି ଭିତରେ ଚାଷୀ ଧାନ ବିକ୍ରି କରି ପାରୁ ନାହିଁ , ସରକାର ଟୋକନର ଅବଧି ବଢାଇବା ସହିତ ଟୋକେନ ପାଇ ନ ଥିବା ଚାଷୀକୁ ଟୋକନ ଦେବା ପାଇଁ ଦାବି କରିଛନ୍ତି | ଦାବି ପୁରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ । ପେକ୍ସ ସମ୍ପାଦକ ରବି ଥାନାପତି ବିଭାଗୀୟ କତ୍ତୃପକ୍ଷ ଓ ପ୍ରଶାସନଙ୍କ ସହ ଏ ବିଷୟରେ ପରାମର୍ଶ କରଥିଲେ ସେଠାରୁ ନିଷ୍କର୍ଷ ବାହାରିବା ପରେ ସେ ପ୍ରତିଶ୍ରୁତି ଦେବାରୁ ଚାଷୀମାନେ ମଣ୍ଡି ର ତାଲା ପ୍ରାୟ ୭ଘଣ୍ଟା ପରେ ଖୋଲିଥିଲେ । ଏଥିରେ ପ୍ରଶାନ୍ତ ଥନାପତି, ଧର୍ମେନ୍ଦ୍ର ଥନାପତି, ଚତୁର୍ଭୁଜ ଥନାପତି, ଦେବଦତ୍ତ ମିଶ୍ର, ନିଳାମ୍ବର ସାହୁ, କିଶୋର ମେହେର,ବାବୁଲୁ ବରିହା, ରାଘବ ଥନାପତି, ଶିବୁ ଦାଶ ପ୍ରମୁଖ ଶତାଧିକ ଚାଷୀ ସାମିଲଥିଲେ ।

Welcome to Odisha News24

error: Content is protected !!
%d bloggers like this: