ୱେବ ରିପୋର୍ଟର : ଜଗଦୀଶ ଦାସ //
ଜି.ଉଦୟଗିରି (୦୩/୦୨): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ ଗୁଟିଙ୍ଗିଆ ଠାରେ ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ଚନ୍ଦ୍ରାବତୀ ମେମୋରିଆଲ୍ ଟ୍ରଫିରେ ମୋଟ ୧୬ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଆଜି ଫାଇନାଲରେ ଅନ୍ତିମ ପର୍ଯ୍ୟାୟ ମ୍ୟାଚ ଗୁଟିଙ୍ଗିଆ ବନାମ ଏମ.ଏଲ.ଏ ୧୧ ମଧ୍ୟରେ ଅନୁଷ୍ଟିତ ହୋଇଥିଲା।
ନିର୍ଦ୍ଧାରିତ ସମୟ ମଧ୍ୟରେ ଖେଳ ଅମୀମାଂସୀତ ରହିବାରୁ ପେନାଲଟିର ସୂଯୋଗରେ ଗୁଟିଙ୍ଗିଆ ଦଶ ୩–୨ ରେ ଚମ୍ପିଆନ ହୋଇଥିବା ଜଣାପଡିଛି। ଖେଳକୁ ରାକେଶ କୋଠଦଳାଇ,ଅମିତ ବିଶୋୟୀ,ଅଶ୍ବୀନୀ ପାତ୍ର ଓ କାମାକ୍ଷ ପ୍ରସାଦ ପ୍ରଧାନ ପରିଚାଳନା କରିଥିଲେ।ଆୟୋଜିତ ପୁରଷ୍କାର ବିତରଣୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅାକଂକ୍ଷା ପ୍ରଧାନ,ସମ୍ମାନୀତ ଅତିଥି ଭାବେ ଚକ୍ରମଣୀ କଂହର ଓ ସ୍ଥାନୀୟ ସରପଞ୍ଚ ହୃଦୟ କୁମାର ପ୍ରଧାନ ଯୋଗଦେଇ ଭାଇଚାରା ସମ୍ପର୍କ ଗଢିବା କ୍ରୀଡା ଏକ ମାଧ୍ୟମ ଏବଂ କ୍ରୀଡା ଶରୀର ଗଠନ କରିବାରେ ଏକ ମୂଖ୍ୟ ଭୂମିକା ନିଭାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଅତିଥିଙ୍କ ଦ୍ବାରା ରର୍ନସ ଦଳକୁ ୫୦୦୧/-ଟଙ୍କା ସହ ଟ୍ରଫି ଓ ଚମ୍ପିଆନ ଓ୍ବୀର୍ନସ ଦଳକୁ ୬୦୦୧/-ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମକୁ ପରିଚାଳନାରେ ଆକାଶ,ବାସୁଦେବ,ରମତା,ବୃନ୍ଦାବନ ପ୍ରମୁଖ ସହଯୋଗ କରିଥିଲେ।