ଚନ୍ଦ୍ରପୁରୁ ଅଞ୍ଚଳରେ ପାଣି ଶଙ୍କଟ :-ଖଜୁରୀପଦା ଗ୍ରାମବାସୀଙ୍କ ତୃଷା ମେଣ୍ଟାଉଛି ଝରଣା ପାଣି

ରିପୋର୍ଟ: ଅକ୍ଷୟ ପୀଡ଼ିସିକା //
କଲ୍ୟାଣସିଂହପୁର (ତା-୧୯/୪ ): ରାୟଗଡା ଜିଲ୍ଲାର ଚନ୍ଦ୍ରପୁରୁ ବ୍ଲକ ଏକ ପଛୁଆ ଆଦିବାସୀ ବହୁଳ କିଛି ଅଶିକ୍ଷିତ ଅଞ୍ଚଳ ଭାଵେ ପରିଚିତ ।ଏହାର ସୁଯୋଗଦେଖି ଲୋକଙ୍କ ଉନ୍ନୟନ ପାଇଁ ଆସୁଥିବା ଅର୍ଥକୁ ଅଧିକାରୀ ମାନେ ଲୁଟି ଖାଉଥିବା ଵେଳ ଲୋକଙ୍କ ସ୍ବାର୍ଥକୁ ଉନ୍ନୟନ କାର୍ଯ୍ୟ ଅଧିକାଙ୍ସ ଫଳପ୍ରଦ ହେଉନଥିଵା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଲୋକପ୍ରତିନିଧିଙ୍କ ନିରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯାହାକି ଏହି ବ୍ଲକରେ ଆଇଟିଡିଏ ଓ ଆର ଡବ୍ଲୁ ଏସ ଏସ ତରଫରୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ପାଣି ଟାଙ୍କି ଓ ଜଳ ଯୋଗାଣ କେଉଁଠି ଟାଙ୍କିରେ ପାଣି ନାହିଁ ତ କେଉଁଠି ପାଇପି ପଡି ପାଣି ଆସୁନଥିଲେ ମଧ୍ଯ କାଗଜ କଲମରେ ସବୁ ଠିକ୍ ଠାକ୍ ଥିବା ଟାର୍ଗେଟ ମାଧ୍ୟମରେ ଖୁସ୍ କରାଉଥିବା ପ୍ରମାଣିତ ହେଉଛି, ଯାହାକି ବିଜାପୁରୁ ପଞ୍ଚାୟତର ସଦର ମହକୁମାରେ ଆଇ ଟି ଡି ଏ ତରଫରୁ ଯେନେତେନେ ପ୍ରକାର ଟାଙ୍କି କରି ଟଙ୍କା ହଡପ କରିଥିବା ଵେଳେ ଆଜି ପର୍ଯ୍ୟନ୍ତ ଲୋକେ ପାଣି ପାଇପାରୁନାହାନ୍ତି। ସେହିପରି ଚନ୍ଦ୍ରପୁର ଵ୍ଲକ ଚନ୍ଦ୍ରପୁରୁ ପଞ୍ଚାୟତର ଖଜୁରୀପଦା ଗ୍ରାମବାସୀ ପାଣି ପାଇ ଡହଳ ବିକଳ ହୋଇ ଝରଣାରୁ ଅପରିଷ୍କାର ପିଣି ପିଇ ଵିଭିନ୍ନ ରୋଗର ଶିକାର ହେଉଛନ୍ତି। ହେଲେ ଏ ଗ୍ରାମବାସୀଙ୍ଠ ପାଇଁ ନେତାଙ୍କର ନିଘା ଅଛି ନା ଅଫିସରଙ୍କର ଦୟା ଅଛି ଏଠି ସମସ୍ତଙ୍କର ମାନବିକତା ହଜିଯାଇଛି। ବ୍ଲକ ସଦର ମହକୁମାଠାରୁ ମାତ୍ର ୧୦ କିମି ଦୂରରେ ଖଜୁରୀପଦା ଗ୍ରାମ ହୋଇଥିଲେ ମଧ୍ୟ ଗାଁ କୁ ସ୍ଥାୟୀ ରାସ୍ତା ଟିଏ ନାହିଁ। ସରପଞ୍ଚଙ୍କ ସହ ଯୋଗା ଯୋଗ କରିବା ସମ୍ଭଵ ହୋଇପାରିନାହିଁ। ଵିଭାଗିୟ ଯନ୍ତୀଙ୍କ ସ଼ହିତ ଯୋଗାଯୋଗ କରିବାରୁ ଏହି ଗ୍ରାମରେ ପାଣି ଟାଙ୍କି କରିବାକୁ ଜିଲ୍ଲାପାଳ ଙ୍କୁ ଚିଠି ଲେଖାଯାଇଛି ସେଠାରୁ ଆଦେଶ ହେଲେ ଵ୍ୟବସ୍ତା କରାଯିବ ଵୋଲି ସମ୍ପୃକ୍ତ ଯନ୍ତ୍ରୀ ସଫେଇ ଦେଇଥିଲେ। ଏହି ଗରିବ ଆଦିବାସୀ ମାନେ ଅତି ଦୁଃଖର ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି ଯେ, ଜିଲ୍ଲାପାଳ ନିଜେ ଆମର ଅବସ୍ଥା ଦେଖି ସୁ ଵ୍ୟବସ୍ତା କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Welcome to Odisha News24

error: Content is protected !!
%d bloggers like this: