ଚତୁର୍ଥ ଦିନରେ ୩ ଗୋଟି କେନ୍ଦ୍ରରେ ୪୨୩ ଜଣଙ୍କୁ କରୋନା ଟିକା ପ୍ରଦାନ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ତା ୦୪/୦୪): ବଲାଙ୍ଗିର ଜିଲ୍ଲା ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସଂଗ୍ରାମ କେଶରୀ ନାୟକ ଙ୍କ ତତ୍ୱାବଧାନରେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗୁଡିଘାଟ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଲେବେଡା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କୋଭିଡ ଚତୁର୍ଥ ଦିନରେ କରୋନା ଟିକା ଡିଜାଇଛି |

ରବିବାର ଦିନ ୩ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ର ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୫୭, ଲେବେଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୨୯, ଗୁଡିଘାଟ ୧୩୭ ଆଦି ସମୁଦାୟ ୪୨୩ ଜଣଙ୍କୁ ଟିକା ଦିଆଯାଇଥିବା ଡିଇଓ ଗୌରୀଶଙ୍କର ତାଣ୍ଡି ପ୍ରକାଶ କରିଥିବା ବେଳେ ଭେକସିନେଟର ଭାବରେ ମିଥୁନ ଛୁରା ମୁରିବାହାଲ ସିଏଚସି, ଉପାସୀ ବିଶ୍ୱାଳ ଲେବେଡା ପିଏଚସି, ସୂବେନ୍ଦୁ ମହାକୁର ଗୁଡିଘାଟ ପିଏଚସି ରେ କରୋନା ଟିକା ଦେଇଥିଲେ | ଟିକା ନେବା ଲୋକଙ୍କ ମଧ୍ୟରେ ଆଗ୍ରହ ବଢୁଥିବା ବିପିଏମ ଅମିୟ ରାଜ ପାଲିଆ କହିଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: