ଘୋଡାଘାଟ ବ୍ରିଜ ନିର୍ମାଣ କାର୍ଯ୍ୟରେ ନିୟଜିତ ଶ୍ରମିକଙ୍କ ଅସ୍ୱାଭାବିକ ମୃତ୍ୟୁ

ରିପୋର୍ଟ: ଏନ ସନ୍ତୋଷ କୁମାର //
ବୈପାରୀଗୁଡା (୧୭/୦୫): ବୈପାରୀଗୁଡା ଥାନା ଅନ୍ତର୍ଗତ ଘୋଡାଘାଟ ନଦୀ ନିକଟରେ ଅଭାବନୀୟ ଘଟଣା ଘଟିଛି | ଗୁପ୍ତେଶ୍ୱର ପଂଚାୟତ ଅନ୍ତର୍ଗତ ଘୋଡାଘାଟ ବ୍ରିଜ ନିର୍ମାଣ କାର୍ଯ୍ୟରେ ନିୟଜିତ ଶ୍ରମିକଙ୍କ ଅସ୍ୱାଭାବିକ ମୃତ୍ୟ ଘଟିଛି | ମୃତ ଶ୍ରମିକ ତେଲେଙ୍ଗନା ରାଜ୍ୟ ନାଲଗଣ୍ଡ ଜିଲ୍ଲାର ଜୁନୁତାଲା ଗ୍ରାମର ବି ସଲେୟାଙ୍କ ବଡ଼ ପୁଅ ବି. ମହେଶ ୨୧ବୋଲି ଜଣା ପଡିଛି |

ଗତ ୧୫ଦିନ ହେବ ତାଙ୍କ ପରିବାର ପାଞ୍ଚ ଜଣ ଲୋକେ ଉକ୍ତ ବ୍ରିଜ କାର୍ଯ୍ୟ କରିବକୁ ଆସିଥିଲେ | ହେଲେ ହଟାତ ଏହି ଅଘଟଣ ଲାଗି ଦୁଃଖରେ ପରିବାର ଲୋକେ | ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ସକାଳେ ଦିନ ଘଣ୍ଟେ ବେଳେ ମହେଶ ଖାଇବାକୁ ବସିଥିଲେ ହେଲେ ହଟାତ ମୁହଁ ବୁଲେଇବା ଯୋଗୁଁ ପଡିଗଲେ | ହେଲେ ତାଙ୍କୁ ତାଙ୍କ ବାପା ସଲେୟା, ଓ ତାଙ୍କ ଭାଇ ରମେଶ ବ୍ରିଜ ନିର୍ମାଣ କାର୍ଯ୍ୟରେ ନିୟଜିତ ଶ୍ରମିକଙ୍କ ସହାୟତାରେ ପ୍ରଥମେ ରାମଗିରି ମେଡିକାଲକୁ ନିଆଯାଇଥିଲା ପରେ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଲେ ହେଲେ ସେଠାରେ ଡାକ୍ତର ମହେଶଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି | ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆସନ୍ତା କାଲିକୁ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: