ସାଧାରଣ ଜନତାଙ୍କ ସ୍ୱର

ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ, ୭ଜଣ ଗୁରୁତର ଆହତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼ା (୨୬/୦୪): ଓଁମ ସାଇ ନାମକ ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ। ଏହି ବସଟି ଜୟପୁରରୁ ନୟାଗଡ଼ ଅଭିମୁଖେ ଯାତ୍ରା କରୁଥିଲା।

ଗତ ବିଲିମ୍ବିତ ରାତ୍ରିରେ ମୁକୁନ୍ଦପୁର ଘାଟିର ଏକ ବୁଲାଣିରେ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିବାରୁ ଆହତ ହୋଇଥିବା ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ସେଥିମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇଥିବା ସୂଚନା। ବସରେ ବସି ଯାଉଥିବା ଯାତ୍ରୀଙ୍କ କହିବା ଅନୁଯାୟୀ ଡ୍ରାଇଭରଙ୍କ ଭୁଲ ଯୋଗୁଁ ବସଟି ଓଲଟି ପଡିଥିଲା।

Welcome to Odisha News24

%d bloggers like this: