ଗ୍ୟାସ ଲିକ ହୋଇ ଲାଗିଲା ନିଆଁ; ଜଳିଗଲା ୩ ବଖରା ଘର,ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ରିପୋର୍ଟ: ଯୁବରାଜ ଅଗ୍ରୱାଲ //
ଧର୍ମଗଡ (୧୯/୧୨): କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗପାଲି ପଞ୍ଚାୟତ ଡଙ୍ଗରିଗୁଡା ଗାଁରେ ଗ୍ୟାସ ଟାଙ୍କି ସଂଜୋଗ ସମୟରେ ଗ୍ୟାସ ଲିକ୍ ହୋଇ ୩ବଖରା ଘର ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଥିବା ସୂଚନା ମିଳିଛି |

ସୂଚନା ଅନୁସାରେ ଡଙ୍ଗରି ଗୁଡା ଗାଁର ନରେନ୍ଦ୍ର କଇବର୍ତଙ୍କୁ ଉଜ୍ଜଳା ଗ୍ୟାସ ଯୋଜନାରେ ଏକ ନୂତନ ଗ୍ୟାସ ମିଳିଛି । ଶୁକ୍ରବାର ସେ ଗ୍ୟାସକୁ ନେଇ ସଂଯୋଗ କରୁଥିଲେ ସେହି ସମୟରେ ହଠାତ୍ ଗ୍ୟାସ ଲିକ୍ ହୋଇ ଯାଇ ନିଆଁ ଲାଗି ଯାଇ ନିମିଷକ ମଧ୍ୟରେ ଘର ସାରା ବ୍ୟାପି ଯାଇଥିଲା, ଫଳରେ ଘର ଭିତରେ ଥିବା ଡାଲି,ଚାଉଳ, ଲୁଗା ପଟା ଜଳି ନଷ୍ଟ ହେବା ସହ ୩ ବଖରା ଘର ଜଳି ନଷ୍ଟ ହୋଇ ଥିବା ଅଭିଯୋଗ ହେଉଛି। ଘଟଣା ପରେ କୋକସରା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତଥାପି ୩ ବଖରା ଘର ଜଳି ଲକ୍ଷଧିକ ଟଙ୍କାର ସମ୍ପତି ନଷ୍ଟ ହୋଇ ଥିବା ଅଭିଯୋଗ ହୋଇଛି। ଲୁଗା ପଟା ମଧ୍ୟ ଜଳି ଯାଇ ଥିବା ବେଳେ ପରିବାରର ୮ ପ୍ରାଣୀ ଅଳ୍ପକେ ବର୍ତିଯାଇଛନ୍ତି। କ୍ଷତୀଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପରିବାରର ପକ୍ଷରୁ ଦାବି ହେଉଛି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: