ଗ୍ୟାସ ଲିକ ହୋଇ ଲାଗିଲା ନିଆଁ, ଦୋକାନ ପୋଡି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି(୨୧/୦୨): ସ୍ଥାନୀୟ ଥାନା ଅନ୍ତର୍ଗତ ଗଦଗୁଡା ପଞ୍ଚାୟତର ଡମାଗୁଡା ଗ୍ରାମରେ ଶନିବାର ଦିନ ଗ୍ୟାସ ଲିକ ହୋଇ ଏକ ଦୋକାନ ଗୃହର ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଥିବା ବେଳେ ଦୋକାନୀ ଆହାତ ହୋଇଥିବା ଜଣାପଡିଛି।

ବିବରଣିରୁ ପ୍ରକାଶଯେ ଡମାଗୁଡା ଗ୍ରାମର ଦୋକାନୀ ପ୍ରବୀଣ କୁମାର ନାୟକ(୨୫) ଦୋକାନରେ ବସିଥିବା ବେଳେ ଗ୍ୟାସ ଲିକ ହୋଇଥିବା ଜାଣି ନ ପାରି ଘରେ ଷ୍ଟୋଭ ଲଗାଇଥିଲେ। ଷ୍ଟୋଭ ଲାଗିବା ଫଳରେ ହଠାତ୍ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହେବା ସହ ଦୋକାନ ମାଲିକ ପ୍ରବୀଣ ଆହାତ ହୋଇଥିଲେ। ରୁଦାଙ୍ଗିଆ ବିକାଶ ପରିଷଦର ସଭ୍ୟମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଜି.ଉଦୟଗିରି ଅଗ୍ନିଶମ କେନ୍ଦ୍ରକୁ ଜଣାଇଥିଲେ। ଖବର ପାଇ ଜି.ଉଦୟଗିରି ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନାଥ ଦେ ଘଟଣା ସ୍ଥଳରେ ସଦଳବଳେ ପହଞ୍ଚି ନିଆଁକୁ ଆୟତ କରିଥିଲେ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: