ଗ୍ରାମ୍ୟ ପୋଖରୀକୁ ଅନ୍ୟ ନାମରେ ରେକଡ୍ ହୋଇଥିବା ନେଇ,ଗ୍ରାମବାସିଙ୍କ ତହସିଲ୍ଦାର୍ଙ୍କ ଠାରେ ଅଭିଯୋଗ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା ୮/୬): ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଲୁଣିବାହାଲ ପଂଚାୟତ ଲଇଗାଁ ଗ୍ରାମର ଗୋଟିଏ ପୋଖରୀକୁ ଅନ୍ୟ ଗ୍ରାମର ଜଣେ ବ୍ୟକ୍ତିଙ୍କ ନାମରେ ପଟା ପ୍ରଦାନ କରାଯାଇଥିବାକୁ ପ୍ରତିବାଦ୍ କରି ଆଜି ଗ୍ରାମବାସି ମାନେ ହରଭଙ୍ଗା ତହସିଲ୍ଦାର୍ ଙ୍କୁ ଏକ ଲିଖିତଭାବେ ଅଭିଯୋଗ କରିଥିବା ଜଣାପଡିଛି ।

ଅଭିଯୋଗ ଅନୁଯାଇ ଦିର୍ଘ ୫୦ ବର୍ଷହେଲା ଗ୍ରାମବାସି ଗ୍ରାମର ଏକ ପୋଖରୀ କୁ ବ୍ୟବହାର କରିଆସୁଥିଲେ । ପୁରୁଣା ଖାତା ନମ୍ବର ୧୮୩ରେ ଥିବା ପୋଖରିକୁ ଅନ୍ୟ ଗ୍ରାମର ଜଣେ ବ୍ୟକ୍ତିଙ୍କ ନାମରେ ହରଭଙ୍ଗା ତହସିଲ୍ଦାର୍ ୨୦୧୩ ରେ ଜବର ଦଖଲ ମାମଲା୬୩/୧୩ ରୁଜୁକରି ପଟା ଦେଇଛନ୍ତି। କିଛିଦିନ ତଳେ ଜଣେ ବ୍ୟକ୍ତିଙ୍କ ଜାଗାକୁ ଡିମାର୍କେସନ୍ କରିବାବେଳେ ଏଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ । ଫଳରେ ଗ୍ରାମବାସି ମାନେ ଆଜି ରେର୍କଡ ଶୋଂଶଧନ କରିବାପାଇଁ ତହସିଲ୍ଦାର୍ ଙ୍କୁ ଲିଖିତଭାବେ ଅଭିଯୋଗ କରିଥିବା ଜଣାପଡିଛି । ଯଦି ଏଂସପର୍କରେ କୌଣସି ପଦକ୍ଷେପ ନିଆନଯାଏ ଆଗାମିଦିନରେ ଜିଲ୍ଲାପାଳଙ୍କ କାଯ୍ୟାଳୟ ଆଗରେ ଧାରଣା ଦେବୁ ବୋଲି ଚେତାବନି ଦେଇଛନ୍ତି। ଏନେଇ ହରଭଙ୍ଗା ତହସିଲ୍ଦାର୍ ସମ୍ବୁପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ଏଂସପର୍କରେ ଗ୍ରାମବାସି ଲିଖିତଭାବେ ଅଭିଯୋଗ କରିଥିଲେ। ଏଂବ ଘଟଣାର ତଦନ୍ତ ପାଇଁଁ ଆମେ ସ୍ଥାନିୟ ଆର୍ ଆଇଙ୍କୁ ନିର୍ଦେଶ ଦେଇଛୁ ବୋଲି କହିଥିଲେ ।

Welcome to Odisha News24

error: Content is protected !!
%d bloggers like this: