ଗ୍ରାମାଞ୍ଚଳରେ ସାମାଜିକ ଦୂରତ଼ା କଟକଣାକୁ ଫୁ – ପଶାପାଲିରେ ମାତ଼ିଛନ୍ତି ଯୁବକ

ରିପୋର୍ଟ : ସମିର ପାତ୍ର
କେନ୍ଦୁଝର,‍(୧୧/୦୬):କରୋନା ଭୂତ଼ାଣୁ ଦେଶରେ ସଂକ୍ରମଣ ସଂଖ୍ୟା ବଢିବା ନେଇ ରାଜ୍ୟ ସରକାର ପ୍ରଥମ ରୁ ଦ୍ଵିତୀୟ ଓ ଏବେ ତୃତ଼ୀୟ ପର୍ଯ୍ୟାୟ ଜୁନ ମାସ ୧୭ରିଖ ପର୍ଯ୍ୟନ୍ତ ଲକ୍ ଡ଼ାଉନ ଅବଧି ବଢାଇଛନ୍ତି।

ତ଼େବେ କେବଳ ସହରାଞ୍ଚଳରେ କଟକଣା କଡ଼ା ରହୁଛି। ଗ୍ରାମାଞ୍ଚଳରେ ସାମାଜିକ ଦୂରତ଼ା ଜନଗହଳି ନିୟମକୁ ଅମାନିଆ ଲୋକେ ନମାନିବା ଯୋଗୁଁ ସଂକ୍ରମିତ଼ ସଂଖ୍ୟା କମୁନାହିଁ। ଦୈନିକ କରୋନା ପୋସିଟିଭ ବାହାରୁଛନ୍ତି। ଅନେକ ଗୁରୁତ଼ର ରୋଗୀ ଙ୍କ ମୃତ୍ୟୁ ଘଟୁଛି। କେନ୍ଦୁଝର ସଦର ବ୍ଲକ ମଇଦାନକେଲ ପଞ୍ଚାୟତ଼ କେରୀ ଗ୍ରାମରେ କେତ଼େକ ଯୁବକ ରାତ୍ର ସମୟରେ ଭିଡ଼ ଜମାଇ ପଶାପାଲି ଖେଳରେ ମାତ଼ି ଥିବା ଦେଖିବାକୁ ମିଳିଥିଲା। ସେପଟେ ସରକାର କରୋନା ପ୍ରକୋପ ହ୍ରାସ ନେଇ ସଚ଼େତ଼ନ କରିଆସୁଥିବାବେଳେ ଅମାନିଆ ଙ୍କ ପାଇଁ କରୋନା ଚ଼ିନ୍ତା ବଢାଉଛି। ପୋଲିସ ପ୍ରଶାସନ ଗ୍ରାମାଞ୍ଚଳ ଗୁଡ଼ିକରେ ନଜର ରଖିବାକୁ ସାଧାରଣରେ ଦାବି ହୋଇଛି।

Welcome to Odisha News24

error: Content is protected !!
%d bloggers like this: