ସାଧାରଣ ଜନତାଙ୍କ ସ୍ୱର

ଗୋଟିଏ ବାଇକରେ ଭୋଜି ଖାଇଯାଉଥିବା ତିନି ସାଙ୍ଗଙ୍କ ଦୁର୍ଘଟଣା, ଦୁଇ ମୃତ, ଜଣେ ଗୁରୁତର

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,ତା୦୧-୧୨): ଗୋଟିଏ ବାଇକରେ ସବାର ହୋଇ ତିନି ଜଣ ସାଙ୍ଗ ବିବାହ ଭୋଜି ଖାଇବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।

ଏପରି ଏକ ଦୁଃଖଦ ଖବର ଆସିଛି ବଲାଙ୍ଗିର ଜିଲ୍ଲା ସିଂଧେକେଲାରୁ । ତିନି ଜଣ ସାଙ୍ଗ ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିଲେ । ମୁଣ୍ଡପଦର ଛକ ନିକଟ ରାସ୍ତା ବୁଲାଣିରେ ଥିବା ସିମେଣ୍ଟ ଖୁଣ୍ଟରେ ବାଡେଇ ହୋଇ ଦୁର୍ଘଟଣା ଘଟିଲା। ଦୁର୍ଘଟଣାରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କ ଜିଲ୍ଲା ମ୍ୟାଡିକାଲ କଲେଜ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି ।

ଏକ ବାଇକରେ ତିନି ଜଣ ସାଙ୍ଗ ସିଂଧେକେଲାରୁ ବଙ୍ଗୋମୁଣ୍ଡା ଭୋଜିରେ ଯୋଗ ଦେବାକୁ ଆସୁଥିଲେ। ହେଲେ ଭାଗ୍ୟ କିଛି ଅଲଗା ଥିଲା।ମୁଣ୍ଡପଦର ଛକ ନିକଟ ରାସ୍ତା ବୁଲାଣିରେ ଥିବା ସିମେଣ୍ଟ ଖୁଣ୍ଟରେ ବାଡେଇ ହୋଇ ସଡ଼କ ଦୁର୍ଘଟଣା ଘଟିଲା। ଦୁର୍ଘଟଣାରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ପ୍ରଥମେ ସିଂଧେକେଲା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଟିଟିଲାଗଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା,ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମ୍ୟାଡିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ଦୁଇ ଜଣ ହେଲେ ସିଂଧେକେଲା ଗାଁର ବବଲୁ ବାରିକ ଓ ମହାଲିଙ୍ଗ ଗାଁର ନିମାଇଁ ହଂସ। ଗୁରୁତର ଜଣକ ହେଲେ ସଇଁତଲା ବ୍ଲକ ଧରପଗଡ଼ ଗାଁର ତୁଲାରାମ ପସାୟତ । ସୂଚନା ପାଇ ବଙ୍ଗୋମୁଣ୍ଡା ଏବଂ ସିଂଧେକେଲା ପୋଲିସ ପହଂଚି ଅଧିକ ତଦନ୍ତ ଆରମ୍ଭ କରୁଛି। ଦୁଇ ମୃତକଙ୍କ ଶବକୁ ଜବତ କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବାର ବ୍ୟବସ୍ଥା କରୁଛି ।

Welcome to Odisha News24

%d bloggers like this: