ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି ଭିଜିଲାନ୍ସ ବିଭାଗ, ଜାଲ କାଗଜପତ୍ରରେ ଫରେଷ୍ଟ ଗାର୍ଡଙ୍କୁ ଫରେଷ୍ଟର ରୂପେ ପଦୋନ୍ନତି, ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତି

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର (୦୩/୧୨): ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ପ୍ରଶାନ୍ତ କୁମାର ନାଏକ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହେବା ନେଇ ଇତି ମଧ୍ୟରେ କେନ୍ଦୁପତ୍ର ଦୁର୍ନୀତି ମାମଲାରେ ୩ ଦିନ ଧରି ରିମାଣ୍ଡରେ ଥିବା ବାପା,ପୁଅ ଙ୍କ ସହ ଏହି ଅଧିକାରୀ ଙ୍କ ସମ୍ପର୍କ ରହିଛି କି ସେ ନେଇ ଚର୍ଚ୍ଚା ଜୋର ଧରିଛି ।

ସେହିପରି ନବୀନ ଦାସ ନାମକ ଜଣେ ଫରେଷ୍ଟ ଗାର୍ଡ ଜାଲ କାଗଜପତ୍ର ଦାଖଲ କରିବା ସହ ବଲାଙ୍ଗୀର ଜିଲ୍ଲା ର ତତ୍କାଳୀନ ଡ଼ି ଏଫ ଓ ଏବଂ ଏହି ରେଞ୍ଜ ଅଧିକାରୀ ଶ୍ରୀ ନାଏକ ଦୀର୍ଘ ଦିନ ରୁ ନା ନା ପ୍ରକାର ଦୁର୍ନୀତି ରେ ଜଡିତ ରହିବା ସହ ଉକ୍ତ ଫରେଷ୍ଟ ଗାର୍ଡ ଙ୍କୁ ଫରେଷ୍ଟର ଭାବେ ପଦୋନ୍ନତି ପ୍ରଦାନ କରିଥିଲେ । ଦୀର୍ଘ ଦିନ ରୁ ଏହି ରେଞ୍ଜ ଅଧିକାରୀ କେନ୍ଦୁଲିଫ ବିଭାଗ ର କିଛି ବରିଷ୍ଠ ଅଧିକାରୀ ଙ୍କ ସହ ମିଶି କୋଟି, କୋଟି ଟଙ୍କାର ଦୁର୍ନୀତି କରିଚାଲିଥିବା ଜଣାଯାଇଛି । ଏପରି କି ଉକ୍ତ ଗିରଫ ରିମାଣ୍ଡରେ ଥିବା ବାପା, ପୁଅ ଙ୍କ ସହ ଫୋନ ଯୋଗେ ଯୋଗାଯୋଗ ରହିଥିବା ନେଇ ସନ୍ଦେହ ଘନୀଭୂତ ହୋଇ ଚାଲିଛି । ଅନେକ ଆପତ୍ତି ଜନକ ଘର ପଟା,ଜାଗା,ଜମି ର କାଗଜପତ୍ର ବ୍ୟାଙ୍କ ପାସବୁକ ଆଦି ଜବତ କରାଯାଇଛି । ତେବେ ଏହି ବଲାଙ୍ଗୀର ଜିଲ୍ଲାର ଅନେକ ଅଧିକାରୀ ଙ୍କ ସହ ଅନ୍ୟ ଉଚ୍ଚ ବରିଷ୍ଠ ଅଧିକାରୀ କର୍ମଚାରୀ ମାନେ ସମ୍ପୃକ୍ତ ରହିଥିବା ଅଭିଯୋଗ ହୋଇଛି । ତେବେ ଏହି ତଦନ୍ତ ପ୍ରକ୍ରିୟା କୁ ଆଉ ଦୃଢ଼ ଭାବେ କରାଗଲେ ଅନେକ ଗୁମର ଫିଟିବ। ତେବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଏକକାଳୀନ ତିନୋଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ମୁରିବାହାଲ ରେଞ୍ଜ ଅଫିସ କାର୍ୟ୍ୟାଳୟ , ଟିଟିଲାଗଡ଼ ହାଟପଦା ପଡା ବାସଭବନ ସମେତ ବେଲପଦର ଫାର୍ମ ହାଉସ ଠାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ମୁରିବାହାଲ ରେଞ୍ଜର ପ୍ରଶାନ୍ତ କୁମାର ନାଏକ ବେଆଇନ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଆଜି ବଲାଙ୍ଗିର, ସମ୍ବଲପୁର ଓ ବରଗଡ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ସେ ପୂର୍ବରୁ ବଙ୍ଗୋମୁଣ୍ଡା ରେଞ୍ଜ ଅଧିକାରୀ ଭାବେ ଦାୟିତ୍ୱ ରେ ରହିଥିଲେ । ଟିଟିଲାଗଡ ହାଟପଦାପଡା ଠାରେ ଏକ ଟ୍ରିପଲ୍ ଷ୍ଟେୟାର୍ ବିଲଡିଂ ସହ ଘରୁ ନଗଦ ଟଙ୍କା ଓ ଆପତ୍ତିଜନକ କାଗଜପତ୍ର ଠାବ ହୋଇଥିବା ସୂଚନା ମିଳିଛି । ଭିଜିଲାନ୍ସର ଚଢାଉ ସହ ତଦନ୍ତ ଜାରି ରହିଛି। ମୁରିବାହାଲ ଠାରେ ବରଗଡ ଭିଜିଲାନ୍ସ ଏସପି ପରମେଶ୍ୱର କିଶାନଙ୍କ ନେତୃତ୍ୱରେ ଚଢାଉ କରାଯାଇଥିବା ବେଳେ ଟିଟିଲାଗଡ ହାଟପଦାପଡାରେ ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥି ସେଠୀ ଚଢାଉର ନେତୃତ୍ୱ ନେଇଛନ୍ତି ।

Welcome to Odisha News24

error: Content is protected !!
%d bloggers like this: