ଗୁହାଳ ଭିତରେ ବିତୁଛି ବଲୁଙ୍କ ଜିବନ,ପ୍ରଶାସନର ନିଦ ଭାଙ୍ଗୁନି

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //
ଲମତାପୁଟ ତା ୧୧:୧୨:୨୦): ୧୦ ବର୍ଷ ଧରି ଛେଳି ମେଣ୍ଢାଙ୍କ ସହିତ ଗୁହାଳ ଭିତରେ ବହୁତ କଷ୍ଟରେ ଖରା ଦିନେ ବିତୁଛି ବୃଦ୍ଧ ବଲୁଙ୍କ ଜିବନ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପେଟା ପଞ୍ଚାୟତର ଲିଟିପୁଟ ଗ୍ରାମରେ । ବଲୁ ଦାମି ଚମ ଧୁଡୁ ଧୁଡୁ, ବୟସ ପାଖା ପାଖି ୭୦ ଛୁଇଁଲାଣି । ପରିବାର କହିଲେ ୮ପ୍ରାଣୀ କୁଟୁମ୍ବ । ବହୁ ସହିତ ନାତି ନାତୁଣୀ । ପୁଅ ଆର ପାରିରେ ।

ବହୁ ବର୍ଷ ପୂର୍ବେ ଏକ ମାତ୍ର ରୋଜଗାର କ୍ଷମ ପୁଅ ଅଜଣା ରୋଗରେ ପଡି ଆରପାରି କୁ ଚାଲି ଗଲା । ସେହି ଦିନଠାରୁ ନିଜେ ସମ୍ଭାଳିଛନ୍ତି ପରିବାର ଦାୟିତ୍ଵ । ଯେଉଁ ସମୟରେ ନାତି ନାତୁଣୀଙ୍କ ସହିତ ସମୟ କରିବାର କଥା ଏବେ କିନ୍ତୁ ମୁଣ୍ଡ ଉପରେ ପରିବାର ବୋଝ। ଆ ତା ଘରେ ମୂଲ ଲାଗି କିମ୍ବା ଗ୍ରାମର ଗାଈ ଛେଳି ମେଣ୍ଢା ଚରାଇ ନିଜ ପେଟ ପୋଷିବା ସହିତ ପରିବାରର ପେଟ କୁ ଦାନା ଦିଅନ୍ତି | ଏଥିରେ ବହୁ ସାହାଯ୍ୟ କରନ୍ତି ଶଶୁର ବଲୁଙ୍କୁ।ଏନେଇ ଚଳିତ ବର୍ଷ ମେ ମାସରେ ଓଡ଼ିଶା ନ୍ୟୁଜ ୨୪ ରେ ଖବର ମଧ୍ୟ ପ୍ରକାଶିତ ହୋଇଥିଲା । ପୂର୍ବତନ ପିଇଓ ମଧ୍ୟ ଗୋଟେ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ବଲୁଙ୍କୁ ଆବାସ ଯୋଜନା ସାତ ସ୍ବପ୍ନ ହୋଇ ରହିଗଲା । ଏପଟେ ସରକାର କିନ୍ତୁ ଭୂମି ହିନଙ୍କୁ ବାସ ଗୃହ ଓ ଭୋକିଲା ମାନଙ୍କୁ ଆହାର ଯୋଗାଇ ଦିଆ ଯାଉଛି ବୋଲି ଡିଣ୍ଡିମ ପିଟୁ ଥିବା ବେଳେ ଏହି ଦୃଶ୍ୟ ତାର ଉଦାହରଣ । ତ ଏଠି ପ୍ରଶ୍ନ ଉଠେ ସରକାରର କୋଟି କୋଟି ଟଙ୍କାର ଯୋଜନା କାହା ପାଇଁ । ସତରେ କଣ ପ୍ରଶାସନର ଦୃଷ୍ଟି ପଡିନି ନା ଜାଣି ଶୁଣି ଚୁପ୍ ରହିଛି ପ୍ରଶାସନ।ଗ୍ରାମବାସୀ ମାନେ କହିଛନ୍ତି କି ସରକାରଙ୍କ ତରଫରୁ ଘର ଖଣ୍ଡିଏ ଯୋଗାଇ ଦେଲେ ଭଲରେ ଜିବନ ବିତାଇ ଥାଆନ୍ତା ବୋଲି ଆମ ପ୍ରତିନିଧିଙ୍କ ଠାରେ କହିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: