ଗୁଳୁଣ୍ଡା ଠାରେ ପାଠାଗାର ଗୃହକୁ ଉଦ୍ଘାଟନ କଲେ ଜିଲ୍ଲାପାଳ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୦୭/୦୧): ବିନିକା ବ୍ଲକ ଗୁଳୁଣ୍ଡାଠାରେ ଏକ ପାଠାଗାରଗୃହଟି ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଦ୍ଵାରା ଉଦ୍ଘାଟତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବିନିକା ବ୍ଲକ ଅଧ୍ଯକ୍ଷ୍ୟ ଅଶୋକ ନନ୍ଦ , ଭାରପ୍ରାପ୍ତ ବିଡ଼ିଓ ନିରଞ୍ଜନ ନାୟକ , ସହାୟକ ଯନ୍ତ୍ରୀ ଅନୁପମା ଗନିକ , ବି ଏ ସ ଏସ ଓ ଅଶ୍ୱନୀ ପାଣ୍ଡେ , ବିନିକା ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ଭଣ୍ଡାର ଗ୍ରାମପଞ୍ଚାୟତ ସରପଞ୍ଚ ଲକ୍ଷଣ ସାହୁ , ବାଙ୍କୀଘିର୍ଡି ସରପଞ୍ଚ ମାନସ ବେହେରା , ମେଘେଲା ସରପଞ୍ଚ ମନୋଜ ସେଠି , ସିନ୍ଦୁରପୁର ସମିତି ସଭ୍ୟ ଗୋପାଳ ବାଗ , ବିନିକା ବ୍ଲକ ଯୁବ ବିଜେଡି ସଭାପତି ପ୍ରତାପ ଚାନ୍ଦ , ମୋହନ ମହାନନ୍ଦ , ମହେଶ୍ୱର ମହାକୁର ପ୍ରମୁଖ ଉପସ୍ଥିତ ଥିଲେ । ଏହା ପୂର୍ବରୁ ଜିଲ୍ଲାପାଳ ବାନାର୍ଜୀ ମହାଦେବପାଲି , ସେଲେଡି , ସିନ୍ଦୁରପୁର ଓ ସିଂଙ୍ଗିଯୁବା ଗ୍ରାମପଞ୍ଚାୟତ କୁ ଯାଇ ଚାଲିଥିବା କାମ ଗୁଡିକର ଅଗ୍ରଗତି ସମ୍ପର୍କରେ ତଦାରଖ କରିଥିଲେ ।

Welcome to Odisha News24

error: Content is protected !!
%d bloggers like this: