ଗୁରୁତର ଭାବେ ଅସହାୟ ଅବସ୍ଥାରେ ପଡି ରହିଥିବା ବୃଦ୍ଧଙ୍କୁ ସାହା ହେଲା ଫ୍ରେଣ୍ଡସ ୟୁନିଟ୍ କ୍ଲବ

ରିପୋର୍ଟ : ଏନ.ସନ୍ତୋଷ କୁମାର //
ବୈପାରିଗୁଡା(୧୦/୦୬ ) : ଗୁରୁତର ଭାବେ ଅସହାୟ ଅବସ୍ଥାରେ ପଡି ରହିଥିବା ଜଣେ ବ୍ୟକ୍ତିକୁ ସହାୟତାର ହାତ ବଢ଼େଇଲେ ଫ୍ରେଣ୍ଡସ ୟୁନିଟ୍ କ୍ଲବ | କାଠପୋଡା ପଂଚାୟତର ମନ୍ତ୍ରୀଆମ ଗାଁ ରେ ଜଣେ ଅସହାୟ ବୃଦ୍ଧ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ଉକ୍ତ ବ୍ୟକ୍ତିଙ୍କୁ ବୈପାରୀଗୁଡା ମେଡ଼ିକାଲରେ ଭର୍ତି କରିଛନ୍ତି ଫ୍ରେଣ୍ଡସ ୟୁନିଟ୍ କ୍ଲବ ସଦସ୍ୟ ମାନେ |

ଗୁରୁତର ବ୍ୟକ୍ତି କଳାହାଣ୍ଡି ଜିଲ୍ଲାର ଲୁଡୁଗାଁର ଷାଠିଏ ବାର୍ଷିୟ କୁନୁ ହିଆଲ ବୋଲି ଜଣା ପଡିଛି | ସେ ବିଭିନ୍ନ ସ୍ଥାନ ବୁଲି ଅଦରକାରୀ ପୁରୁଣା ଲୁହାସାମଗ୍ରୀ ସଂଗ୍ରହ କରି ବିକ୍ରି କରିଥାନ୍ତି । ତେବେ ଗତ ସପ୍ତାହରେ ହେବ ମନ୍ତ୍ରୀଆମ୍ବ ଯାଇ ସେହି ଅଞ୍ଚଳରୁ ଲୁହା ସଂଗ୍ରହ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ହେଲେ ଆଜି ଅପରାହ୍ନରେ ସ୍ଥାନୀୟ ଗାଁ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଉକ୍ତ ବ୍ୟକ୍ତିଙ୍କୁ ପଠାଇବା ପରେ ସ୍ଥାନୀୟ ଫ୍ରେଣ୍ଡସ ୟୁନିଟ୍ କ୍ଲବର ସଭାପତି ଭୀମସେନ ହରିଜନ ଓ ତାଙ୍କ ସାଥିମାନେ ସହଯୋଗ କରିଥିଲେ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: