ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଇସିଏମଓ ମେସିନ ଆଣିବାକୁ ପ୍ରୟାସ ଚାଲିଛି

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର (୦୯/୦୬): ରାଜ୍ୟରେ ଦିନକୁ ଦିନ ଗୁରୁତର କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେମାନଙ୍କ ପାଇଁ ଇକମୋ ଚିକିତ୍ସା ଜରୁରୀ ହୋଇ ପଡ଼ୁଛି । ହେଲେ ରାଜ୍ୟରେ ଏହି ଚିକିତ୍ସାର ଅଭାବ ରହିଛି । ଫଳରେ ଆର୍ଥକ ସ୍ୱଚ୍ଛଳ ଥିବା ବ୍ୟକ୍ତି ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । କିନ୍ତୁ ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟକର ବ୍ୟାପାର ହୋଇଥିବାବେଳେ ରାଜ୍ୟକୁ ଏହି ମସିନ ଆଣିବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ଡିଇଏମଟି ସିବିକେ ମହାନ୍ତି ।

ସେ କହିଛନ୍ତି, ନିମୋନିଆ ହୋଇ ଭେଣ୍ଟିଲେଟର ଫେଲ ହେଲେ ଇକମୋ ଆବଶ୍ୟକ ପଡ଼ିଥାଏ । ତେବେ ଇକମୋ ଚିକିତ୍ସା ଅତ୍ୟନ୍ତ ବ୍ୟୟ ବହୁଳ । ଚିକିତ୍ସା ପାଇଁ ପ୍ରଥମେ ୪ରୁ ୫ ଲକ୍ଷ ଟଙ୍କା ଦରକାର । ଚିକିତ୍ସା ଜାରି ରହିଲେ ଦିନକୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ତାଛଡ଼ା, ମେସିନ୍ ଆଣି ଥୋଇଦେଲେ ହେବନି, ଏଥିପାଇଁ ମାନବ ସମ୍ବଳ ଦରକାର ବୋଲି କହିଛନ୍ତି ସିବିକେ ମହାନ୍ତି । ମେସିନ ଆଣିବାକୁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି । ଭାରତରେ ମେସିନ ଉତ୍ପାଦନ ହେଉନି, ବିଦେଶରୁ ଆଣିବାକୁ ପ୍ରକ୍ରିୟା ଚାଲିଛି । ଏଥିପାଇଁ ଟେଣ୍ଡର ସରିଛି ବୋଲି କହିଛନ୍ତି ସିବିକେ ମହାନ୍ତି । ସୂଚନାଯୋଗ୍ୟ, ଗତକାଲି କୋଭିଡରେ ସଙ୍କଟାପନ୍ନ ରାଜ୍ୟ ଭିଜିଲାନ୍ସ ନିଦେ୍ର୍ଧଶକ ଦେବାଶିଷ ପାଣିଗ୍ରାହୀଙ୍କୁ ଋଉଗଙ ଚିକିତ୍ସା ଲାଗି କୋଲକାତା ଏୟାରଲିଫ୍ଟିଂ କରାଯାଇଥିଲା । କଟକରେ ସେ ଚିକିତ୍ସିତ ହେଉଥିବା ହସ୍ପିଟାଲରୁ ଭୁବନେଶ୍ୱର ଏୟାରପୋର୍ଟ ପର୍ଯ୍ୟନ୍ତ ତାଙ୍କୁ ଧରି ଆସିଥିବା ସ୍ୱତନ୍ତ୍ର ଆମ୍ବୁଲାନ୍ସ ପାଇଁ କରାଯାଇଥିଲା ଗ୍ରୀନ୍ କରିଡର । ଏହା ପୂର୍ବରୁ ଇକମୋ ଚିକିତ୍ସା ପାଇଁ ଅମ୍ରିତ ପ୍ରଧାନଙ୍କୁ ଏୟାର ଲିଫ୍ଟି କରାଯାଇ ଚେନ୍ନାଇ ପଠାଯାଇଥିଲା । ଆଜି ପୁଣି ଜଣେ ରୋଗୀ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଯୁବକ ଅଭିଷେକ ମହାପାତ୍ରଙ୍କୁ ଏୟାରଲିଫ୍ଟିଂ କରାଯିବ । ସେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି ।

Welcome to Odisha News24

error: Content is protected !!
%d bloggers like this: