ସାଧାରଣ ଜନତାଙ୍କ ସ୍ୱର

ଗୁପ୍ତେଶ୍ୱର ମନ୍ଦିର ଦର୍ଶନ ବନ୍ଦ ହେଲା

ରିପୋର୍ଟ: ଏନ. ସନ୍ତୋଷ କୁମାର //
ବୈପାରୀଗୁଡା (୩୦/୦୪): କୋରୋନା ଭୂତାଣୁକୁ ନେଇ ସବୁ ଚିନ୍ତାରେ ଥିବା ବେଳେ କୋରାପୁଟ ଜିଲ୍ଲା ପ୍ରଶାସନ କୋରନା ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି । ଆଜି ( ଶୁକ୍ରବାର ) ସନ୍ଧ୍ୟା ୬ ଠାରୁ ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଗୀର୍ଜା ଭଳି ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।0b838c97 d09b 4569 94c4 0593b96d3d1e

ଧର୍ମାନୁଷ୍ଠାନ ଗୁଡିକରେ ଭିଡ ଜମିବାର ଆଶଙ୍କା କରି ଏଭଳି ପଦକ୍ଷେପ ନିଆ ଯାଇଛି ।ପୁଣି ଖୋଲିବା ପାଇଁ ନିର୍ଦେଶ ନ ମିଳିଲା ପର୍ଯ୍ୟନ୍ତ ଏ ସବୁ ବନ୍ଦ ରଖିବାକୁ କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅକତର ନିର୍ଦେଶ ଦେଇଛନ୍ତି । ସେହିପରି ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ମନ୍ଦିର ଭକ୍ତଙ୍କ ପାଇଁ ଦର୍ଶନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ପୂର୍ବରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଇଟ କରଫୁ ଲଗା ଯାଇଥିବା ବେଳେ ଏବେ ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିର ସମ୍ପୂର୍ଣ୍ଣ ବନ୍ଦ ରହିବ । ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ କୋରୋନା ଭୂତାଣୁ କିଭଳି ନ ବ୍ୟାପିବ ଚିନ୍ତାରେ ପ୍ରଶାସନ l ସେଥିପାଇଁ ଏଭଳି ସବୁ ପଦକ୍ଷେପ ଗ୍ରହଣ କରାଅ ଯାଉଛି ବୋଲି ଜଣା ପଡିଛି ।

Welcome to Odisha News24

%d bloggers like this: