ସାଧାରଣ ଜନତାଙ୍କ ସ୍ୱର

ଗୁଣୁପୁର ଉପ ଜିଲ୍ଲାପାଳଙ୍କ ଚନ୍ଦ୍ରପୁର ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ

ୱେବ ରିପୋର୍ଟର : କୈଳାସ ମାଳବିଶୋୟୀ //
ଚନ୍ଦ୍ରପୁର ୧୯/୨/୨୦୨୧): ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ର ବନ୍ଦିରୀ ଗ୍ରାମ ଠାରୁ ବଣ୍ଡା ଗୁଡ଼ି ଗ୍ରାମକୁ ରାସ୍ତା ଖରାପ ଥିବାଯୋଗୁ ପ୍ରାୟ ତିନି କିଲମିଟର ଚାଲି ଚାଲି ଗୁଣୁପୁର ଉପ ଜିଲ୍ଲାପାଳ ଶ୍ରୀ ଯେ ସୋନାଲ ପହଞ୍ଚି ଥିଲେ । ପ୍ରଥମେ ବଣ୍ଡାଗୁଡ଼ି, ଗ୍ରାମର ମିନି ଅଙ୍ଗୱାଡ଼ି କେନ୍ଦ୍ର କୁ ଯାଇ ସେଠାରେ ପିଲାମାନଙ୍କର ପାଠ ପଡୁଥିବା ଦେଖିଥିଲେ |

ତା ସହିତ ପିଲାମାନଙ୍କୁ ଛତୁଆ, ଅଣ୍ଡା , ପାଣି ସମସ୍ୟା ପଚାରି ବୁଝି ଥିଲେ । ବଣ୍ଡାଗୁଡ଼ି ଠାରୁ ଚାଲିଚାଲି ଆଡାମା ଗ୍ରାମକୁ ଯାଇଥିଲେ ଏବଂ ସେଠାରେ ଲୋକ ମାନଙ୍କ ପାଣି, ରାସ୍ତା ଓ ଅଙ୍ଗୱାଡ଼ି କେନ୍ଦ୍ର ରୁ ଛତୁଆ, ଅଣ୍ଡା, ଚାଉଳ ଓ ପିଲାମାନଙ୍କୁ ଡ୍ରେସ ମିଳିଛି ନା ନାହିଁ ବୋଲି ପଚାରି ବୁଝିବା ସହ ଲୋକ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିଛିନା ନାହିଁ ବୋଲି ପଚାରି ବୁଝି ବନ୍ଦିରି ଗ୍ରାମକୁ ଆସିଥିଲେ । ସେଠାରେ ଲୋକ ମାନେ ସରକାରଙ୍କ ତରପରୁ ପାଣି ଟାଙ୍କି ୨/୩ ବର୍ଷ ହେବ କାମସାରି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଣି ମିଲୁ ନ ଥିବା କହିଥିଲେ । ଏବଂ ସେଠାରେ ପ୍ରାୟ ଅଧ ଘଣ୍ଟା ପାଖାପାଖି ବସି ବିଭିନ୍ନ ବିଷୟରେ ଶ୍ରୀ ସୋନାଲ ଆଲୋଚନା କରିବା ପରେ ଛୁଟାରିଗା ଓ ଗଣ୍ଡେସି ଗ୍ରାମକୁ ଯାଇଥିଲେ | ସେଠାରେ ଲୋକ ମାନଙ୍କ ବିଷୟରେ ଆଲୋଚନା କରିଥିଲେ । ଶ୍ରୀ ସୋନାଲଙ୍କ ଗସ୍ତ ସମୟରେ ଚନ୍ଦ୍ରପୁର ତହସିଲଦାର ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତ, ବିଡ଼ିଓ ଜର୍ଜ ଡୁଙ୍ଗ ଡୁଙ୍ଗ, ସିଡିପିଓ ଲଳିତା ପୂଜାରୀ , ଆରଆଇ ସମେତ ଅନ୍ୟାନ୍ୟ ଅଫିସ କର୍ମଚାରି ଗସ୍ତ କରିଥିଲେ ।

Welcome to Odisha News24

%d bloggers like this: