ଗୁଢିଆଳି ଗ୍ରାମକୁ କଣ୍ଟେନମେଣ୍ଟ ଯୋନ ଘୋଷଣା

ରିପୋର୍ଟ: ସୁଶାନ୍ତ ବେହେରା //
ବୋୖଦ୍ଧ୨୮/୫): ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଗୁଢିଆଳି ଗ୍ରାମରେ ଗୁରୁବାର ମେଡ଼ିକାଲ ଟିମ ପକ୍ଷରୁ ଆଣ୍ଟିଜେନ ଟେଷ୍ଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି । ତେବେ ଏଥିରେ ସଂଖ୍ୟାଧିକ କରୋନା ପଜିଟିଭ ବାହାରିଥିବା ଜଣାପଡିଛି ।

ଏହା ଅଧିକ କିପରି ସଂକ୍ରମଣ ନହେବ ସେଥିପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ପୂର୍ବାହ୍ନରେ ବୌଦ୍ଧ ବ୍ଳକ ଷ୍ଟାଫ ଓ ମେଡିକାଲ ଷ୍ଟାଫ ଉପସ୍ଥିତିରେ ସରପଞ୍ଚ ରାଜେନ୍ଦ୍ର କୁମାର ମେହେର ୨୮ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଯୋନ ଘୋଷଣା କରିଛନ୍ତି । ଏବଂ ଗାଁର ପ୍ରବେଶ ପଥରେ ବାଉଁଶ ବଡ ଦେଇ ପ୍ରବେଶ ପଥକୁ ସିଲ କରିଛନ୍ତି । ଡ଼ାକବାଜି ଯନ୍ତ ସାହାଯ୍ୟରେ ଗୁଢ଼ିଆଳୀ ଗ୍ରାମରୁ ଜରୁରୀ ସେବା ବ୍ୟତିତ ଅନ୍ୟ କୌଣସି କାମରେ ବାହାରକୁ ନଯିବା ଓ ବାହାର ଗାଁର ଲୋକ ଗୁଢିଆଳି ଗ୍ରାମକୁ ନଯିବା ପାଇଁ ଘୋଷଣା କରାଯାଇଛି । ତେବେ ପଜିଟିଭ ବାହାରିଥିବା ଅଧିକାଂଶ ବ୍ୟକ୍ତିଙ୍କ ଘରେ ଗୃହାବଦ୍ଧ ପାଇଁ ସମସ୍ତ ସୁବିଧା ସୁଯୋଗ ନଥିବାରୁ ଗାଁ ସ୍କୁଲରେ ଟି ଏମ୍ ସି ସେଣ୍ଟର ଖୋଲିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: