ଗୁଡାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୯୦ଜଣ କୋଭିଡ଼ ଭେକ୍ସିନ୍ ନେଲେ

ୱେବ ରିପୋର୍ଟର : ଲୋକନାଥ ସାହୁ //
ଗୁଡାରି (୧୭/୦୧): ଗୁଡାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୯୦ ଜଣ ଆଗଧାଡିର କୋରନା ଯୋଦ୍ଧା କୋଭିଡ଼ ଭେକ୍ସିନ୍ ନେଇଛନ୍ତି l ସ୍ବତନ୍ତ୍ର କୋଠରୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଗୁଡ଼ାରୀ ବି ଡି ଓ ନୃସିଂହ ଚରଣ ସେଠୀ ଉଦ଼୍ଘାଟନ କରିଥିଲେ l

ନୋଡାଲ ଅଫିସର ତଥା ମେଡିକାଲ ଅଫିସର ଡ. ଅରୁପାନନ୍ଦ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଟୀକା ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କୋରନା ଯୋଦ୍ଧା ଶ୍ରୀକାନ୍ତ ବାଉରୀ (୨୧) ଙ୍କୁ ପ୍ରଦାନ କରାଯାଇଥିଲା l ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କୋରନା ଯୋଦ୍ଧା, ଅଙ୍ଗନବାଡି କର୍ମୀ ଏବଂ ଆଶା ଯୋଦ୍ଧା ଟୀକା ନେଇଥିଲେ l ଥାନା ଅଧିକାରୀଙ୍କ ସୁଶାନ୍ତ କୁମାର ତାଉଡିଆ ଙ୍କ ନେତୃତ୍ଵରେ ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l କାଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l ଏହା ଟୀକା ANM ଏବଂ ପୁରୁଷ ସ୍ବାସ୍ଥ୍ୟକର୍ମୀ ନେଇ ନଥିବା ଜଣାପଡ଼ିଛି l ଟୀକା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଥିଲା ଏବଂ ଟୀକା ନେବାପରେ କୌଣସି ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ଦେଖାନଥିବା ନୋଡ଼ାଲ ଅଫିସର ପ୍ରକାଶ କରିଛନ୍ତି l

Welcome to Odisha News24

error: Content is protected !!
%d bloggers like this: