ଗୁଡାରି ବିଜୁ ଜନତା ଦଳ ତରଫରୁ ସର୍ଗିଡାଙ୍ଗ ଏବଂ ଚିଟିଶେର୍ମା ଗ୍ରାମରେ ଖାଦ୍ୟ ସାମଗ୍ରୀ ବଣ୍ଟନ

ରିପୋର୍ଟ: ଲୋକନାଥ ସାହୁ //
ଗୁଡାରି (୨୫/୦୫): ରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଡାରୀ ବ୍ଲକର ସର୍ଗିଡାଙ୍ଗ ଏବଂ ଚିଟିଶେର୍ମା ଗ୍ରାମରେ କରେନା ପଜେଟିଭ ଚିହ୍ନଟ ହେବାପରେ ପ୍ରଶାସନ ତରଫରୁ ଏହି ଦୁଇ ଗ୍ରାମକୁ କଣ୍ଟେଇନମେଣ୍ଟ ଜୋନ ଘୋଷଣା କରିଛି। ଏଭଳି ସମୟରେ ସେଠାକାର ଦୁଇଗ୍ରାମର ଲୋକେ ପଦାକୁ ବାହାରିବା ବୁଲାବୁଲି କରିବା ପାଇଁ ମନା ହୋଇଛି।

ଲୋକେ ମଧ୍ୟ କୁଆଡେ ବାହରକୁ ନଯାଇ ଘରେ ହୋମକ୍ବାରେଣ୍ଟେଇନରେ ଅଛନ୍ତି।ଏମାନେ ସବୁ ଖଟିକିଆ ମଜୁରିଆ ଭାବରେ କାମ କରୁଛନ୍ତି।ଏଭଳି ସମୟରେ ଗୁଡାରୀ ବିଜୁଜନତା ଦଳ ତରଫରୁ ଦେବଦୁତ ସାଜି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ମାସ୍କ ଓ ସାନିଟାଇଜେର ବଣ୍ଟନ କରିବା ସହିତ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ପଚାରି ବୁଝିଛନ୍ତି। ସର୍ଗିଡାଙ୍ଗ ଗ୍ରାମର ୩୦ଜଣ ପରିବାରଙ୍କୁ ବାଣ୍ଟିଥିବାବେଳେ,ଚିଟିଶେର୍ମା ଗ୍ରାମରେ ୧୬ଜଣ ପରିବାରଙ୍କୁ ଖାଦ୍ୟ ସାମଗ୍ରି ବଣ୍ଟନ କରାଯାଇଥିଲା। ଗୁଡାରୀ ବିଜେଡିର ସନ୍ତୋଷ ମହାନ୍ତି,ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ କେଦାର ସାହୁ ଏବଂ କେ.ଜଗନ ମୋହନ ରାଓ,ଏମ୍ ପ୍ରସାଦ ,ଟୁନା ଗୌଡ,ବ୍ଲକ ସଭାପତି ଯକ୍ଷ ପାଲକା,ଜିଲ୍ଲା ସମ୍ପାଦକ ମାଣ୍ଡିଆ ପ୍ରମୁଖ ଗ୍ରାମକୁ ଏକ ଓଟେରେ ସାମଗ୍ରୀ ନେଇ ଲୋକଙ୍କୁ ଏପରି ବିପତ୍ତି ସମୟରେ ସହଯୋଗର ହାତ ବଡାଇଛନ୍ତି।ଅନ୍ୟପଟେ ଗ୍ରାମରେ ଖାଦ୍ୟ ସାମଗ୍ରି ପହଞ୍ଚିଲାପରେ ଲୋକେ ଖୁସି ହୋଇଛନ୍ତି।

Welcome to Odisha News24

error: Content is protected !!
%d bloggers like this: