ଗୁଡାରି ତହସିଲ ପକ୍ଷରୁ ରାଜସ୍ବ ରଥ ଶୁଭାରମ୍ଭ

ରିପୋର୍ଟ: ଲୋକନାଥ ସାହୁ //
ଗୁଡାରି (୨୪/୦୫): ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଡାରୀ ତହସିଲ ପକ୍ଷରୁ ଆୟୋଜିତ ରାଜସ୍ବ ରଥକୁ ଗୁଡାରୀ ତହସିଲଦାର ଶ୍ରୀମତୀ ଭାରତୀ ଦେବୀ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭ ଉଦଘାଟନ କରିଥିବାବେଳେ ଏହି ରାଜସ୍ବ ରଥ ବର୍ତମାନ ସମୟରେ ଗୁଡାରୀରେ ଯାଇ ଲୋକଙ୍କୁ ଘର ପାଖରେ ରାଜସ୍ବ ସମ୍ୱନ୍ଧୀୟ ସୁବିଧା ଯୋଗାଇବ ଯଦ୍ୱାରା ଲୋକଙ୍କୁ ଆଉ ଅଯଥାରେ ଅଫିସକୁ ଆସିବାକୁ ପଡିବ ନାହିଁ ବୋଲି କହିଛନ୍ତି |

ତହସିଲ ପକ୍ଷରୁ ଆଜି ପ୍ରଥମ ଦିନରେ ଗୁଡାରୀ ଏନ. ଏ. ସିର ରେ ହିତାଧିକାରୀମାନଙ୍କୁ ଘର ଡିହ ଜମି ପଟ୍ଟା ବଣ୍ଟନ କରାଯାଇଛି | ଆଜିର ଏହି କାର୍ଯ୍ୟକ୍ରମରେ ତହସିଲଦାର ଭାରତୀ ଦେବୀ ଙ୍କ ସହ ତହସିଲ କାର୍ଯ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ | ଆଗାମୀ ଦିନରେ ଏହି ରଥ ପର୍ଯ୍ୟାୟ କ୍ରମେ ତହସିଲ ର ପ୍ରତ୍ୟେକ ଗାଁ ବୁଲିବା ସହ ଲୋକଙ୍କୁ ରାଜସ୍ବ ସମ୍ୱନ୍ଧୀୟ ସେବା ଯୋଗାଇବ ବୋଲି ଶ୍ରୀମତି ଭାରତୀ ଦେବୀ ସୂଚନା ପ୍ରଦାନ କରିଛନ୍ତି |

Welcome to Odisha News24

error: Content is protected !!
%d bloggers like this: