ଗୁଡ଼ାରୀରେ ଭାରତ ବନ୍ଦ ସଫଳ

ରିପୋର୍ଟ: ଲୋକନାଥ ସାହୁ //
ଗୁଡାରି (୨୬/୦୩): ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ରେ କୃଷକ ସଂଗଠନର ଗୁଡ଼ାରୀ ବନ୍ଦ ପାଳନ ସଫଳ ହୋଇଥିବା ଜଣାପଡିଛି |

ଅଖିଳ ଭାରତ କୃଷକ ମହାସଂଘ ଆନୁକୁଲ୍ୟରେ ସି, ପ,ଆଇ,ଏମ୍,ଏଲ୍ ଲିବରେସନ୍ ପଖ୍ୟରୁ ଗୁଡ଼ାରୀ ଚାରିକୋଣିଆ ଛକ ଠାରୁ ଆରମ୍ଭ କରି ATM ଛକ ଦେଇ ଏନ୍ ଏ ସି ଛକ ଶତାଧିକ ପୁରୁଷ ମହିଳା ବିରାଟ ଶୋଭାଯାତ୍ରାରେ ବାହାରି ମୋଦି ସରକାରଙ୍କ କୃଷି ଅଧ୍ୟାଦେଶ ବିଲ୍ ପ୍ରତ୍ୟାହାର ଦାବିରେ ଗୁଡ଼ାରୀ ସହର ପରିକ୍ରମା କରିଥିଲେ | ଫଳରେ ଦୋକାନ ବଜାର ସ୍କୁଲ କଲେଜ ବେସରକାରୀ ଓ ସରକାରୀ ପ୍ରତିଷ୍ଠାନ ବନ୍ଦ ହୋଇ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା | ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ଦିର୍ଘଦିନ ହେଲା ଆନ୍ଦୋଳନର କୈାଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ଆଜି ଭାରତବନ୍ଦ ଡାକରା ଦିଆଯାଇଥିଲା |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: