ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୬/୦୩): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଲ୍ୟାମ୍ପସର ଫେରାର ଥିବା ଡାଟା ଏଣ୍ଟ୍ରି ଅପରେଟର ସ୍ନେହେଁଶ୍ୱର ମନହୀରାଙ୍କୁ ଗିରଫ କରିଛି ଚନ୍ଦାହାଣ୍ଡି ପୋଲିସ ଦୀର୍ଘ ଏକ ମାସ ବ୍ୟବଧାନ ପରେ ଚନ୍ଦାହାଣ୍ଡି ପୋଲିସ ହାତରେ ଧରା ପଡିଛନ୍ତି ସ୍ନେହେଶ୍ୱର।
ଚନ୍ଦାହାଣ୍ଡି ଲ୍ୟାମ୍ପସରେ ପ୍ରକୃତ ଚାଷୀଙ୍କ ଜମିକୁ ଜାଲିଆତି କରି ନକଲି ଚାଷୀଙ୍କ ନାରେ ପଞ୍ଜିକରଣ କରି ମଣ୍ଡି କାର୍ଡ କରିଥିବା ଅଭିଯୋଗ ରେ ତାଙ୍କ ନାଁରେ ଚନ୍ଦାହାଣ୍ଡି ଲ୍ୟାମ୍ପସ ଏମ.ଡି ଗତ ୬ ତାରିଖ ଦିନ ଚନ୍ଦାହାଣ୍ଡି ଥାନାରେ ଏତେଲା ଦେଇଥିଲେ। ଏହି ଘଟଣା ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ ବିଭାଗୀୟ ତଦନ୍ତ ହୋଇଥିଲା, ତଦନ୍ତରେ ତାଙ୍କୁ ଦୋଷୀ ପାଇବା ପରେ ସ୍ନେହଶ୍ୱରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା। ଏତେଲା ଦିଆଯାଇଥିବା ଜାଣିବା ପରେ ସ୍ନେହେଶ୍ୱର ସେଦିନରୁ ଫେରାର ଥିଲେ। ସନ୍ଧିମୁଣ୍ଡା ଗାଁ ସ୍ଥିତ ଘରେ ସ୍ନେହେଶ୍ୱର ଆତ୍ମଗୋପନ କରିଥିବା ଖବର ପାଇବା ପରେ ଚନ୍ଦାହାଣ୍ଡି ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ସ୍ନେହେଶ୍ୱର ମାନ୍ୟବର ଅଦାଲତରେ ଜାମିନ ଆବେଦନ କରିଥିଲେ,ଏହାକୁ ମାନ୍ୟବର ଅଦାଲତ ଅଗ୍ରାହ୍ୟ କରିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।