ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ବୃଦ୍ଧ ମୃତ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୨/୬): ବିନିକା ବ୍ଲକ ଭଣ୍ଡାର ଗ୍ରାମର ମନବୋଧ ଭୁଏ ନାମକ ଜଣେ ବୃଦ୍ଧ ବିଲରୁ କାମ ସାରି ସନ୍ଧ୍ୟାରେ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇ ଥିଲେ |

ପାଣିରୁ ନ ବାହାରିବାରୁ ପାଖରେ ଥିବା କେତେକ ଲୋକ ତାଙ୍କୁ ଉଦ୍ଧାର କରି ଏକ ବାଇକ ଯୋଗେ ରାତିରେ ବିନିକା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ | ହେଲେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା | ଆଜି ବିନିକା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: