ଗାଁ ରେ ଥିବା ବନ୍ଧ ପାଣିରେ ବୁଡି ୨ ଶିଶୁ ମୃତ

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି(୨୪/୦୩): ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ପଂଚାୟତର ସି-କଲୋନୀ ଠାରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି। ଖରାଦିନେ ସାଧାରଣତଃ ପିଲାମାନେ ଦିନ ୧୨/୧ଟା ବେଳେ ଗାଁ ବନ୍ଧକୁ ଗାଧୋଇବାକୁ ଯାଆନ୍ତି।

ସେହିପରି ଆଜି ମଧ୍ୟ ସି-କଲୋନୀ ର କୁନି କୁନି ପିଲାମାନେ ନିକଟରେ ଏକ ଜମି ମଧ୍ୟରେ ହୋଇଥିବା ବନ୍ଧ କୁ ଗାଧୋଇବାକୁ ଯାଇଥିଲେ। ସବୁ ପିଲାମାନେ ଗାଧୋଉଥିବା ବେଳେ ହଠାତ ଗଭୀର ପାଣି ମଧ୍ୟକୁ ଗାଁ ର ୨ ଶିଶୁ ଚାଲିଯାଇଥିଲେ। ପାଣିରେ ଦୁଇ ଶିଶୁ ବୁଡିଯିବା ଦେଖି ସେଠାରେ ଥିବା ଅନ୍ୟ ପିଲାମାନେ ଗାଁ ଲୋକଙ୍କୁ ଡାକିଥିଲେ। ଗ୍ରାମବାସୀ ପାଣି ମଧ୍ୟକୁ ଯାଇ ୨ ଶିଶୁ କୁ ଉଦ୍ଧାର କରି ଅଟୋ ଯୋଗେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ଡାକ୍ତର ସେଠାରେ ୨ ଶିଶୁ ଙ୍କୁ ମୃତ ଘୋଷଣା କରିଥିଲେ। ମୃତ ୨ ଶିଶୁ ହେଲେ ସି-କଲୋନୀ ର ଧାନୁ ଗୋଲରୀ ଙ୍କ ୭ ବର୍ଷର ଝିଅ ରଞ୍ଜିତା ଗୋଲରୀ ଏବଂ ଅନ୍ୟ ଶିଶୁ ଟି ଗୋପୀ ଖରା ଙ୍କ ୮ ବର୍ଷର ପୁଅ ମେଘ ଖରା। ବର୍ତ୍ତମାନ ଓରକେଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଶବ ବ୍ୟବଚ୍ଛେଦ ପରେ ୨ ଶିଶୁ ଙ୍କୁ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛି।

Welcome to Odisha News24

error: Content is protected !!
%d bloggers like this: