ଗାଁ ଗାଁ ବୁଲି ସମସ୍ୟା ଶୁଣିଲେ ବିଧାୟକ, ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ତା ୯/୦୪): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳ ଗାଁ ଗାଁ ବୁଲିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା |

ମାଲିଶିରା ଗ୍ରାମ ପଞ୍ଚାୟତର ଦେଶୀଲ, ବାଞ୍ଜିପଦର, ଖରାଲି, ମାଲିଶିରା, ଖଇରମାଲ ସେହିପରି ପତ୍ରାପାଲି (ଖ) ଗ୍ରାମପଞ୍ଚାୟତ ଖେରଟ, ଲିମପଡ଼ା, ପତ୍ରାପାଲି ବିଭିନ୍ନ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝି ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ବିଧାୟକ |ଅନେକ ଗ୍ରାମର ରାସ୍ତା କାମ, ବନ୍ଧରେ ପାହାଚ ନିର୍ମାଣ, ବିଦ୍ୟୁତ, ଗମନାଗମନ, ସ୍ୱାସ୍ଥ୍ୟ ମୌଳିକ ସୁବିଧା ଆଗାମୀ ଦିନରେ ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ | ଏହି ଅବସରରେ ମୁରିବାହାଲ ବ୍ଲକ ସରପଞ୍ଚ ସଂଘର ସଭାପତି ଗୋପୀନାଥ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ବେଲାର ସେନ ବେହେରା, ସମିତି ସଭ୍ୟ ଅନିଲ ଜୈନ, କବିରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ |

Welcome to Odisha News24

error: Content is protected !!
%d bloggers like this: