ଗରିବ ଙ୍କ ବନ୍ଧୁ ବରିହା ସାର ଆଉ ନାହାନ୍ତି

ରିପୋର୍ଟ: ନିରଞ୍ଜନ ତ୍ରିପାଠୀ //
ପଦ୍ମପୁର (୧୯/୦୫): ଭାରତୀୟ ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ ଶାଖା ପରିଚାଳକ କ୍ଷିରୋଦ୍ର ବରିହା ୬୪ ବର୍ଷ ବୟସ ରେ ଇହଧାମ ତ୍ୟାଗ କରିଛନ୍ତି | ଚାକିରି ଜୀବନରେ ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଙ୍କୁ ମୋ ପରିବାର ବୋଲି ଭାବି ଏକ ନିବିଡ଼ ସମ୍ପର୍କ ରେ ଆବଦ୍ଧ କରି ରଖିଥିଲେ | ତାଙ୍କ କାର୍ଯ୍ୟକଳାପ ରେ କର୍ମଚାରୀ ଙ୍କ ଠାରୁ ଆରମ୍ଭ କରି ଷ୍ଟେଟ୍ ବ୍ୟାଙ୍କ ର ଅଗଣିତ ଉପଭୋକ୍ତା ବେଶ ସନ୍ତୋଷ୍ଟ ଥିବାର ପ୍ରମାଣ ମଧ୍ୟ ରହିଛି |

ଅବସର ପରେ ନିଜକୁ ଅଂଚଳ ରେ ସମାଜସେବାରେ ଆଗକୁ ବଢି ଅନେକ ଅସହାୟ ଗରିବ ଦୁଃଖିରଙ୍କି ଙ୍କୁ ସାହାଯ୍ୟ କରି ଆସୁଥିଲେ | ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବା ହେତୁ ରାୟପୁର ସ୍ଥିତ ହୋରିଜୋନ ହସ୍ପିଟାଲ ରେ ଚିକିତ୍ସିତ ସମୟ ରେ ଗତ ତା-୧୮.୦୫.୨୦୨୧ ର ସକାଳ ୮ ଘଟିକାରେ ତାଙ୍କ ପ୍ରାଣବାୟୁ ଚାଲିଯାଇଥିଲା | ତାଙ୍କ ମରଶରୀର କୁ ରାୟପୁର ରୁ ନିଜସ୍ୱ ବାସଭବନ ପଦ୍ମପୁର ନିକଟସ୍ଥ ସର୍ଗିବାହାଲ କୁ ଅଣାଯାଇ ଗତକାଲି ଅପରାହ୍ନ ୧ ଘଟିକା ସମୟ ବଡ଼ ଜ୍ୱାଇଁ ଶ୍ରୀମାନ କୁନାଲ ସିଂ ବରିହା ମୁଖାଗ୍ନୀ ଦେବା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା | ଶ୍ରୀ ବରିହା ତାଙ୍କ ପଛରେ ସ୍ତ୍ରୀ ତପସ୍ଵିନୀ ବରିହା ଙ୍କ ସମେତ ବଡ଼ଝିଅ ମାଧବୀ ସିଂ ବରିହା, ମଝିଆଁ ଝିଅ କବିତା ଭିଲ୍, ସାନ ଝିଅ ମୁକ୍ତା ବରିହା ଏବଂ ଜ୍ୱାଇଁ କୁନାଲ ସିଂ ବରିହା, ଗୁରୁଦେବ ଭିଲ୍ ଓ ତାଙ୍କ ଅତି ଅଲିଅଳ ନାତି -ବିନିତ୍,ତୋଷିତ୍,କ୍ରିସବ୍ ଙ୍କୁ ଛାଡି ଆରପାରିକି ଗମନ କରିଛନ୍ତି ସେ ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ବିଶେଷ ହୋଇଥିବାରୁ ତାଙ୍କ ମୃତ୍ୟୁ ରେ ସାରା ପଦ୍ମପୁର ଅଞ୍ଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |

Welcome to Odisha News24

error: Content is protected !!
%d bloggers like this: