ଗରିବକୁ ମିଳୁନି ଆବାସ ଘର

ବୌଦ୍ଧ (୩୦/୦୫): ସରକାର ତୃଣମୁଳ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ବାହାର କରୁଛନ୍ତି। ଏହିଭଳି ରାସ୍ତାଘାଟ, ଆବାସଘର , ଶିକ୍ଷନୁଷ୍ଠାନ, ଆବଶ୍ୟକ ଭଳି ଚିକିତ୍ସାଳୟ ମାନ ଖୋଲିଚାଲିଛନ୍ତି । ତାହା କୌଣସି କାମକୁ ନୁହେଁ । ଏହିଭଳି ଘଟଣା ଦେଖିବାକୁ ମିଳୁଛି ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ହଜାରୀ ଦନାୟକ(୪୬ ) ଆବାସ ଘର ପାଇ ନାଁହାନ୍ତି |

ଏହି ଗରିବ ପରିବାର କୁ ଆବାସଘର ନ ମିଳିବାରୁ ଚାଳ ଘରେ ରହି ଜୀବନ ଯାପନ କରୁଛନ୍ତି। ସରକାରଙ୍କ କହିବା ଅନୁଯାୟୀ ୨୦୨୦/୨୧ ବର୍ଷ ସୁଧା ସରକାର ପ୍ରତ୍ୟକ ପରିବାର କୁ ପକ୍କାଘର ଯୋଗାଇବା ପାଇଁ କହୁଛନ୍ତି। ଆଜି ବି କେତେକ ଗ୍ରାମରେ ଏମିତି ନିରୀହ ଗରିବ ଶ୍ରେଣୀର ଲୋକମାନେ ମଧ୍ୟ ଆଜି ପ୍ରଯ୍ୟନ୍ତ ପକ୍କା ଘର ପାଇନଥିବା ଯୋଗୁଁ ନାହିଁ ନ ଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହି ଗୋବିନ୍ଦପୁର ଗ୍ରାମର ହଜାରୀ ଦନାୟକ ଙ୍କ କଥା ଟିକେ ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନ ନଜର ଦେବା ପାଇଁ ଗ୍ରାମର ସଚେତନ ନାଗରିକଙ୍କ ଦାବୀ ହେଉଛି |

Welcome to Odisha News24

error: Content is protected !!
%d bloggers like this: