ଗବେଷଣା କ୍ଷେତ୍ରରେ ବିଶ୍ୱରେ ୧ ନମ୍ବର ସ୍ଥାନ ଅଧିକାର କରିଛି ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ

ରିପୋର୍ଟ: ସୁଭାସିସ ନାୟକ //
ନୂଆଦିଲ୍ଲୀ(୧୦/୦୬): କ୍ୟୁଏସ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୨ର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ତାଲିକାରେ ଭାରତର ତିନୋଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି । ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସସି), ବେଙ୍ଗାଲୁରୁ ଗବେଷଣା କ୍ଷେତ୍ରରେ ବିଶ୍ୱରେ ୧ ନମ୍ବର ସ୍ଥାନ ଅଧିକାର କରିଛି । କ୍ୟୁଏସ କ୍ୱାକ୍ୱାରେଲି ସାଇମଣ୍ଡସ୍ ପକ୍ଷରୁ ବୁଧବାର ଏହି ବୈଶ୍ୱିକ ଉଚ୍ଚଶିକ୍ଷା ବିଶ୍ଳେଷଣ ରିପୋର୍ଟ ପ୍ରକାଶ ପାଇଛି । ଏହି ସଂସ୍ଥାର ୧୮ତମ ସଂସ୍କରଣରେ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ତାଲିକା ସ୍ଥାନ ପାଇଛି ।

ବମ୍ବେ ସ୍ଥିତ ଆଇଆଇଟି ଏହି ବିଶ୍ୱବିଦ୍ୟାଳୟ ମାନ୍ୟତା ତାଲିକାରେ ୧୭୭ତମ ସ୍ଥାନ ପାଇଥିବା ବେଳେ ଆଇଆଇଟି ଦିଲ୍ଲୀ ୧୮୫ତମ ସ୍ଥାନ ଏବଂ ଆଇଆଇଏସସି ବେଙ୍ଗାଲୁରୁ ୧୮୬ତମ ସ୍ଥାନ ଲାଭ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଶିକ୍ଷାମନ୍ତ୍ରୀ ପୋଖରିଆଲ କହିଛନ୍ତି ଯେ ଭାରତ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏବେ ଦ୍ରୁତ ଗତିରେ ଆଗକୁ ଅଗ୍ରସର ହେଉଛି ଏବଂ ବିଶ୍ୱଗୁରୁ ଭାବେ ମୁଣ୍ଡ ଟେକୁଛି । ଏହି ପ୍ରସଙ୍ଗରେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଇଆଇଏସସି ବେଙ୍ଗାଲୁରୁ, ଆଇଆଇଟି ବମ୍ବେ ଏବଂ ଆଇଆଇଟି ଦିଲ୍ଲୀକୁ ଅଭିନନ୍ଦନ । ଭାରତର ଅଧିକ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ଯେପରି ବିଶ୍ୱସ୍ତରରେ ଉକôର୍ଷତା ହାସଲ କରିବ ଏବଂ ଯୁବକମାନଙ୍କ ମଧ୍ୟରେ ଜ୍ଞାନ ଓ ମେଧାଶକ୍ତି ବୃଦ୍ଧି ପାଇବ ସେଥିପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି ।

ଶିକ୍ଷାମନ୍ତ୍ରୀ ପୋଖରିଆଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ନିରବଚ୍ଛିନ୍ନ ଭାବେ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଶିକ୍ଷା କ୍ଷେତ୍ରର ଅନ୍ୟ ହିତଧାରକମାନଙ୍କ କଥା ସଦାସର୍ବଦା ଚିନ୍ତା କରିଆସୁଛନ୍ତି । ରାଷ୍ଟ୍ରୀୟ ଶିକ୍ଷା ନୀତି- ୨୦୨୦ ଏବଂ ‘ଇନଷ୍ଟିଚୁଟ୍ ଅଫ୍ ଏମିନେନ୍ସ’ ଭରି ପ୍ରୟାସ ଆମର ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କୁ ବିଶ୍ୱ ସ୍ତରରେ ଏଭଳି ମାନ୍ୟତା ହାସଲ କରିବା ଦିଗରେ ସହାୟକ ହୋଇପାରିଛି । କ୍ୟୁଏସ ଆଣ୍ଡ ଟାଇମ୍ସ ଗ୍ରୁପ୍ ପକ୍ଷରୁ ଘୋଷଣା କରାଯାଇଥିବା ବିଶ୍ୱବିଦ୍ୟାଳୟ ମାନ୍ୟତା ତାଲିକାରୁ ଏହା ସହଜରେ ଅନୁମାନ କରାଯାଇପାରିବ ବୋଲି ସେ କହିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: