ଗଣ ମାଧ୍ୟମକୁ ତଥ୍ୟ ଲୁଚାଉଛି ପ୍ରଶାସନ ଓ ସ୍ବାସ୍ଥ୍ଯ ବିଭାଗ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର ( ତା-୧୯/୫/୨୧): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପଲ୍ଲିରୁ ଦୀଲ୍ଲୀରେ ପରିଚିତ ଭାବେ ନିୟମଗିରି ପାହାଡରେ ବସବାସ କରି ଆସୁଥିବା ପାର୍ସାଲି ପଞ୍ଚାୟତର ୧୬ ଜଣ ଓ ସୁନାଖଣ୍ଡି ପଞ୍ଚାୟତର ଟେବାପଡା ଗାଁର ୩ ମୋଟ ୧୯ ଜଣ ଡଙ୍ଗରିଆ କନ୍ଧ ମାନେ କରୋନା ପଜିଟିବ ବାହାରିଥିବା ପ୍ରସାନ ପକ୍ଷରୁ ଗଣମାଧ୍ୟକୁ ସୂଚନା ଦେବାରୁ ଖବର ପ୍ରଶାରଣ କରିଥିଲେ ।

ନିୟମଗିରି ଅଞ୍ଚଳରେ ଆକ୍ରାନ୍ତ ସଂଖ୍ୟା ବଡୁଥିବାରୁ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ସ୍ବାସ୍ଥ୍ଯ ବିଭାଗ ତତ୍ପର ହୋଇ କଲ୍ୟାଣସିଂହପୁର ବଜାରକୁ ଡଙ୍ଗରିଆ କନ୍ଧ ମହିଳା,ପୁରୁଷ ମାନେ ପ୍ରତି ସମବାର ଦିନ ନିଜ କଷ୍ଟ ଉତ୍ପାର୍ଜିତ ଆମ୍ବ,ପଣସ,ସିଆଲି ପତ୍ର,ଅଦା,ହଳଦି ଆଦି ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ଯ ବିକ୍ରି କରିବାକୁ ଆସୁଥିବା ଲକ୍ଷ ରଖି ଦୁଇଟି ନାରଙ୍ଗିତୋଳା ଓ ପାର୍ସାଲି ପଞ୍ଚାୟତରେ ସ୍ବାବ ଟେଷ୍ଟ କରିବାକୁ ପ୍ରସ୍ତୁତ ହୋଇ ରହିଥିଲେ । ପର୍ସାଲିରେ ସ୍ବାସ୍ଥ୍ଯ ବିଭାଗ ର କର୍ମଚାରିମାନେ ନ ପହଁଞ୍ଚିବା ପୁର୍ବରୁ ବଡିଓ କାଳୁ ଚରଣ ନାୟକ ପହଁଞ୍ଚି ବଜାରକୁ ବିକ୍ରି କରିବାକୁ ଆସୁଥିବା ଡଙ୍ଗରିଆ କନ୍ଧ ଙ୍କୁ ଅଟକାଇବାରୁ ଡଙ୍ଗରିଆ କନ୍ଧ ମାନେ ତାତିଜାଇ ବିଡିଓକୁ ଘେରାଉ କରି କିଛି ସମୟ ପାଇଁ ଦୁହେଁଙ୍କ ମଧ୍ଯରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଉତ୍ତେଜନାର କାରଣ ଡଙ୍ଗରିଆ କନ୍ଧ ମାନଙ୍କୁ ମିଥ୍ଯା କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଣମାଧ୍ୟମ ମାନଙ୍କୁ ଭୁଲ ତଥ୍ଯ ଦେବା ସହ ଜଣେ ଟିଭି ରୋଗରେ ଆକ୍ରାନ୍ତ କୁ କରୋନା ପଜେଟିବ ବୋଲି ସରକାରଙ୍କୁ ମିଥ୍ଯା ତଥ୍ଯ ଦେଇ ନିୟମଗିରି କୁ ଅପମାନ କରୁଥିବାରୁ ବିଡିଓ କୁ ଘେରାଉ କରି ପାର୍ସାଲି ଗାଁରେ ବାନ୍ଧିଥିବା ବାଡକୁ ଭାଙ୍ଗି ଦେଇ ସ୍ବାବ ଟେଷ୍ଟ ଆମେ କରିବୁ ନାହିଁ ଆମ ନିୟମଗିରି ପାହାଡର ଡଙ୍ଗରିଆ କନ୍ଧ ଙ୍କୁ କରୋନା ହେବ ନାହିଁ ବୋଲି ରକଠକ୍ ମନା କରିଥିଲେ । ଏହି ଖବର ପାଇ ଗଣ ମାଧ୍ୟମ ପ୍ରତିନିଧି ମାନେ ପାର୍ସାଲି ରେ ପହଁଞ୍ଚିବା ପୁର୍ବରୁ ଡଙ୍ଗରିଆ ମାନେ ଶାନ୍ତ ହୋଇ ଜାଇଥିଲେ ।

ସମସ୍ତ ସମସ୍ଯା ଜାଣି ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିବା ନିୟମଗିରି ଆବାହକ ଲୋଦ ସିକକା କୁ ବୁଝାସୁଜା କରିବାପରେ ଲଦ ସାଙ୍ଗକୁ ସେଠାରେ ଥିବା ଡଙ୍ଗରିଆ ମହିଳା ପୁରୁଷ ସ୍ବାବ ଟେଷ୍ଟ କରିବାକୁ ରାଜି ହୋଇଥିବା ବେଳେ ବିଳମ୍ବରେ ଆସିଥିବା ସ୍ବାସ୍ଥ୍ଯ ବିଭାଗ କର୍ମଚାରୀ ମାନେ ଟେଷ୍ଟ କରିବାକୁ ମୟୂରସୋଜ ହେଉଥିବାରୁ ଟେଷ୍ଟରେ ବିଳମ୍ବ ହେବାରୁ ଡଙ୍ଗରିଆ ଙ୍କ ମନ ବଦଳି ଜିବାରୁ ସ୍ବାବ ଟେଷ୍ଟ କରିବାକୁ ଅରାଜି ହୋଇ ଭୟରେ ସେହି ସ୍ଥାନରୁ ସମସ୍ତ ଡଙ୍ଗରିଆ କନ୍ଧ ମାନେ ଚାଲି ଯାଇଥିଲେ । ଡଙ୍ଗରିଆ କନ୍ଧ ମାନେ ଚାଲିଯିବା ଖବର ଟିଭି ଓ ଖବର କାଗଜରେ ପ୍ରକାଶ ପାଇଥିଲା । ଏହି ଖବର ପ୍ରକାଶ ପରେ କାଳେ ମିଥ୍ୟା କଥା ସବୁ ପ୍ରଶାସନ ଓ ସ୍ବାସ୍ଥ୍ଯ ବିଭାଗ ର ସତ୍ୟ ଖବର କେତେ ବେଳେ ସବୁ ପଦାକୁ ବାହାରି ପଡିବ ଏହାକୁ ନିଜ ମୁଣ୍ଡର ଅଠା ବାହାର କରି ଗଣମାଧ୍ୟ ଉପରେ ବଳିବାକୁ ଚେଷ୍ଟା କରୁଛନ୍ତି । ସେହି ଦିନ ମାନେ ସମବାର ଦିନ ଡଙ୍ଗରିଆ କନ୍ଧ ମାନଙ୍କ ସ୍ବାବ ଟେଷ୍ଟ ହୋଇ ନ ଥିବାରୁ ପୁଣି ମଙ୍ଗଳ ବାର ଦିନ ସ୍ବାବ ଟେଷ୍ଟ କରିବାକୁ ନିୟମଗିରି ଅଞ୍ଚଳକୁ ଜାଇ ଟେଷ୍ଟ କରିବାକୁ ଜାଇଥିଲେ ମଧ୍ଯ ଡଙ୍ଗରିଆ କନ୍ଧ ମାନେ ବିରକ୍ତ ହୋଇ ଥିଲେ ପ୍ରଶାସନ ଓ ସ୍ବାସ୍ଥ୍ଯ ବିଭାଗ ଉପରେ । ମଙ୍ଗଳବାର ଦିନ ବ୍ଲକ ଓ ନିୟମଗିରି ଅଞ୍ଚଳର କେତେ ଜଣଙ୍କ ସ୍ବାବ ଟେଷ୍ଟ କରିଥିବା ତଥ୍ଯ ଗଣମାଧ୍ୟମ ମାନେ ମାଗିବାରୁ ଇନତାର୍ଜ ଡାକ୍ତର ଚିନମୟୀ ଲିମା ବିଡିଓ ତଥ୍ଯ ଦେବେ କହି ନିଜେ ଫିଟୁଥିବା ବେଳେ ବିଡିଓ କାଳୁ ଚରଣ ନାୟକ ମୋ ପାଖରେ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ କୌଣସି ତଥ୍ଯ ଆସିନି ସବୁ ଜିଲ୍ଲା କୁ ତଥ୍ଯ ଦିଆ ଜାଇଥିବା କହି ଗଣମାଧ୍ୟ ପାଖରେ ଫିଟିଜିବା ଚେଷ୍ଟା କରୁଛନ୍ତି । କିନ୍ତୁ ଡାକ୍ତର ଲିମା ସବୁ ତଥ୍ୟ ବଡିଓ କୁ ଦିଆ ଜାଇଥିବା କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ କାହିଁକି ସ୍ବାବ ଟେଷ୍ଟ ର ତଥ୍ଯ ଗଣମାଧ୍ୟମକୁ ଦେବାକୁ ଚାହୁଁ ନାହାନ୍ତି କଣ କିଛି ଭିତିରିଆ ରହସ୍ୟ ରହିଛିକି ନା ଅଧିକାରି ମାନେ ସରକାରଙ୍କ ଠାରୁ ବଞ୍ଚିବା ପାଇଁ କିଛି ଭୁଲ ସଡଯନ୍ତ୍ର କରୁ ନାହାନ୍ତି ତ କିଛି ଭୁଲ ତଥ୍ୟ ସରକାରଙ୍କୁ ପାଠାଇ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ମନରେ କିଛି ସନ୍ଧେହ ଉଙ୍କି ମାରୁଛି ।

Welcome to Odisha News24

error: Content is protected !!
%d bloggers like this: