ଗଠନପାଲ୍ଲୀ ଗ୍ରାମରେ ବନବିଭାଗ ଦ୍ୱାରା ବନ୍ୟପ୍ରାଣୀ ଏବଂ ଜଙ୍ଗଲ ସଚେତନା ଶିବିର ଆୟୋଜିତ

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି (୧୪/୦୩): ଆଜି ମାଲକାନଗିରି ଜିଲ୍ଲା କାଳିମେଳା ରେଞ୍ଜ ଅଧିନସ୍ଥ ବାପନପାଲ୍ଲୀ ଗ୍ରାମ ପଂଚାୟତ ସମିତିର ଗଟନପଲ୍ଲୀ ଗ୍ରାମ ଠାରେ କାଳିମେଳା ବନ ବିଭାଗ ତରଫରୁ ଜଙ୍ଗଲ ସୁରକ୍ଷା ନିମନ୍ତେ ଆଜି ଏକ ଜନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ବନ୍ୟପ୍ରାଣୀ ଙ୍କ ସୁରକ୍ଷା ଏବଂ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ କର୍ମଶାଳା ଆୟୋଜିତ ହୋଇଯାଇଛି । ଜଙ୍ଗଲ ସୁରକ୍ଷା ପାଇଁ ସଚେତନ ସଭା ଆୟୋଜନ କରାଯାଇଥିଲା |

ଏହି ସଭାରେ ବନପାଳ ଶ୍ରୀ ଗୁପ୍ତେଶ୍ଵର ରାଓ ଦୋରା ଗ୍ରାମବାସୀଙ୍କୁ ଜଙ୍ଗଲରେ ନିଆଁ ନ ଲଗଇବା ଜଙ୍ଗଲ ସୁରକ୍ଷା ବନ୍ୟପ୍ରାଣୀ ଶିକାର ନ କରିବା ବିଷୟରେ ସଚେତନତା କରିଥିଲେ । ଏହି ଅବସରରେ ବାପ଼ନପଲ୍ଲୀ ସରପଞ୍ଚ ନର୍ମଦା କାମରାମ ,ପୂର୍ବତନ ସରପଞ୍ଚ ଯୋଗେନ୍ଦ୍ର କାମରାମ , ନାଏବ ସରପଞ୍ଚ ଯୋଗଦେଇ ନିଜନିଜ ଅଭିଭାଷଣ ରଖିଥିଲେ | ଏହା ପରେ ସ୍ଥାନୀୟ କିଛି ଗ୍ରାମବାସୀଙ୍କ ଦ୍ୱାରା ସ୍ଥାନୀୟ ଭାଷା ଦ୍ୱାରା ଜନସାଧାରଣଙ୍କୁ ସଚେତନତା କରିବା ସହ ଶିବିରରେ ଉପସ୍ଥିତ ଥିବା ଯୁବକ, ଯୁବତୀ, ବନ ବିଭାଗ କର୍ମଚାରି ମୁଖ୍ୟ ଅତିଥି ଓ ମହିଳା ମାନେ ଏକାଠି ହୋଇଥିଲେ । ଏହି ସଭାରେ ଏନଜିଓ କର୍ମୀ ଶ୍ରୀ ଶ୍ରୀନିବାସ ପାତ୍ର ଜନସାଧାରଣଙ୍କୁ ସଚେତନତା କରିବା ଏବଂ ପରିବେଶର ସୁରକ୍ଷା କଲେ ନିଜେ ସୁରକ୍ଷିତ ରହିବ ବୋଲି ସେ ବକ୍ତବ୍ୟରେ ପ୍ରକାଶ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଏନଜିଓ କର୍ମୀ ସୁବ୍ରତ ସ୍ୱାଇଁ,ଏନ ରବି କୁମାର, ବନରଖି କାନନ ବିଶ୍ୱାସ,ପପିତା ଅଜମିରା ଯୋଗ ଦେବାସହ ଗ୍ରାମବାସୀଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମଦେବୀଙ୍କ ନାମରେ ଶପଥ ପାଠ କରାଇଥିଲେ ।

Welcome to Odisha News24

error: Content is protected !!
%d bloggers like this: